ଲକ୍ ଡାଉନ୍ ସମୟରେ ଲୋକଙ୍କ ମାନସିକ ସ୍ଥିତି ସୁଧାରିବା ତଥା ମାନସିକ ରୋଗର ପରାମର୍ଶ ନିମନ୍ତେ ସରକାର ବିଭିନ୍ନ ଜିଲ୍ଲାରେ ଟିମ୍ ଗଠନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନକ୍ରମେ ଏହି ଟେଲିକାଉନସେଲିଂ ଟିମ୍ ଗଠନ କରାଯାଇଛି । କେଉଁ ଜିଲ୍ଲାରେ କେଉଁ ନମ୍ବରରେ ଏଥିପାଇଁ ଯୋଗାଯୋଗ କରିବାକୁ ପଡ଼ିବ, ଏଥିରେ ତାହା ଦର୍ଶାଯାଇଛି । ମାନସିକ ରୋଗୀମାନେ ବର୍ତ୍ତମାନ ଡାକ୍ତରଖାନାକୁ ନ ଯାଇ ହ୍ୱାଟସଆପ୍ ଭିଡିଓ କଲ୍ କିମ୍ବା ଭଏସ୍ କଲ୍ କରି ପରାମର୍ଶ ନେଇ ପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ମାନସିକ ରୋଗୀଙ୍କ ଟେଲିକାଉନସେଲିଂ ନିମନ୍ତେ ସରକାରଙ୍କ ଟିମ୍ ଗଠନ
