(୧୮/୮) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆରଟିଆଇ ଅଧିନିୟମ ଅନୁସାରେ ପିଏମ-କେଆର୍ ଫଣ୍ଡକୁ ନେଇ କିଛି ତଥ୍ୟ ମଗା ୍ଯାଇଥିଲା । କେତେକ ହାଇକୋର୍ଟ ଓ କେନ୍ଦ୍ର ସୂଚନା ଆୟୋଗ ପିଏମ୍-କେଆର୍ ଫଣ୍ଡ ସମ୍ପର୍କୀତ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ବି ସେମାନେ କୌଣସି ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ଏହା ସୂଚନା ଅଧିକାର ନିୟମର ଉଲଂଘନ ଓ ଏଥିପାଇଁ ଅର୍ଥଦଣ୍ଡର ବ୍ୟବସ୍ଥା ଅଛି ବୋଲି ଦେଶର ପ୍ରଥମ ମୁଖ୍ୟ ସୂଚନା ଆୟୁକ୍ତ ୱାଜାହାତ ହବିବୁଲ୍ଲାହ କହିଛନ୍ତି । ଅନ୍ୟ ଏକ ଘଟଣାକ୍ରମରେ ଆଜି ସୁପ୍ରିମକୋର୍ଟ ପିଏମ୍-କେଆର ଫଣ୍ଡର ଅର୍ଥକୁ ‘ନେସନାଲ ଡିଜାଷ୍ଟର ରେସପନ୍ସ ଫଣ୍ଡ’ କୁ ଟ୍ରାନ୍ସଫର କରିବାକୁ କରାଯାଇଥିବା ଏକ ଆବେଦନର ବିଚାର କରି ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ବିନା ହିସାବ ଓ ସ୍ୱଚ୍ଛତାର ପ୍ରଶ୍ନ ଚିହ୍ନ ଥିବା ପିଏମ୍-କେଆର ଫଣ୍ଡକୁ ଆରଟିଆଇ ଓ ସରକାରୀ ହିସାବ ସମୀକ୍ଷାର ବ୍ୟବସ୍ଥା ଥିବା ‘ନେସନାଲ ଡିଜାଷ୍ଟର ରେସପନ୍ସ ଫଣ୍ଡ’ କୁ ଟ୍ରାନ୍ସଫର ନ କରି କରୋନା ରୋଗର ଉପଶମ ନାମରେ ଗୁପ୍ତ ଟ୍ରଷ୍ଟ ଭାବରେ ବ୍ୟବହାର କରିବା ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି ବୋଲି ସୁପ୍ରିମକୋର୍ଟର କେତେକ ବରିଷ୍ଠ ଓକିଲ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ଜାତୀୟ ରିଲିଫ୍ ଫଣ୍ଡ’ କୁ ଲୋକେ ଦାନ ଦେବାକୁ ବ୍ୟବସ୍ଥା ଥିଲେ ବି କରୋନା ପରିଚାଳନା ପାଇଁ କେନ୍ଦ୍ର ସରକାର ନୂତନ ଭାବେ ‘ପିଏମ୍-କେଆର ଫଣ୍ଡ’ ଖୋଲିଥିଲେ ଓ ଏହି ଆକାଉଣ୍ଟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୧୦୦୦୦ କୋଟିରୁ ଅଧିକ ଟଙ୍କା ଆସିଥିବା ଲୋକେ ଅନୁମାନ କରୁଛନ୍ତି। ତେବେ କେଉଁ କାରଣ ପାଇଁ ‘ପିଏମ୍-କେଆର ଫଣ୍ଡ’ କୁ ସରକାର ଗୁପ୍ତ ରଖିବାକୁ ଚାହୁଁଛନ୍ତି, ତାହା ଜନସାଧାରଣଙ୍କୁ ସନ୍ଦେହରେ ପକାଇଛି ।
ଶେଷରେ ସୁପ୍ରିମକୋର୍ଟ ମଧ୍ୟ ପିଏମ୍-କେଆର ଫଣ୍ଡକୁ ଗୁପ୍ତ ରଖିବା ସପକ୍ଷରେ ରାୟ ଦେଲେ !
