(୨୧/୭) ନବରଙ୍ଗପୁର ସହର ସ୍ଥିତ ସ୍ଥାନୀୟ ଗାଦବାଗୁଡା ଠାରେ ଘରେଇ କଳିରୁ ସାବତ ମାଁକୁ ହତ୍ୟା କଲା ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର। ସାବତ ମାଁକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିବା ବାପା ଶ୍ରୀଧର ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି।ଶ୍ରୀଧର ମହାପାତ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର,ବୟସ 27 ।ଅନେକ ବର୍ଷ ହେଲା ସାବତ ମାଙ୍କ ସହ ସୂର୍ଯ୍ୟକାନ୍ତ ଙ୍କ ଝଗଡା ହେଇ ଆସୁଥିଲା।ଏଥି ମଧ୍ୟରେ ସୂର୍ଯ୍ୟକାନ୍ତ ସାବତ ମାକୁ ଜୀବନରେ ମାରିବା ପାଇଁ ମଧ୍ୟ ଯୋଜନା କରିସାରିଥିଲା।ଘରେଇ ସମ୍ପତି ପାଇଁ ଏଭଳି ଘଟଣା ହୋଇଥିବା ବେଳେ ଏହି ହତ୍ୟା ପଛରେ ଏନେକ ଲୋକଙ୍କ ହାତ ଥିବା ଅଭିଯୁକ୍ତଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ହତ୍ୟାକାରି ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଗିରଫ କରି ପଚରାଉଚରା କରୁଥିବା ବେଳେ ଅଧିକ ଖବର ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବା ନବରଙ୍ଗପୁର ଥାନା ଅଧିକାରୀ ତାରିଖ ଅହମ୍ମଦ ସୂଚନା ଦେଇଛନ୍ତି। (ରିପୋର୍ଟ : ବାବୁଲି ଗଣ୍ଡ)
ସାବତ ମାଁକୁ ତଣ୍ଟି ଚିପି ହତ୍ୟା କଲା ସାବତ ପୁଅ
