ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପକ ଚୋରି, ଏଥିପାଇଁ ଦାୟୀ କିଏ ?

(୧୬/୧୧) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଏହାର ଆଖପାଖ ଅଞ୍ଚଳର ସ୍କୁଲ ଗୁଡିକରେ ବ୍ୟାପକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ୧୪ -୧୧-୨୦୨୦ ଦିନ କଣ୍ଟାବାଞ୍ଜି ସହରରେ ଥିବା ଝାଙ୍କରପଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚୋରି ହୋଇଥିବା ଥାନାରେ ଏତଲା ଦିଆ ଯାଇଛି । ଏହି ବିଦ୍ୟାଳୟରୁ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଗୋଟିଏ କେରମ ଵୋଡ , ଦୁଇଟି ସିଲିଙ୍ଗ ଫେନ ଚୋରି ହୋଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ସୁଚନା ଅନୁସାରେ ଏହି ସ୍କୁଲରେ ରାତ୍ର ଜଗୁଆଳି ନ ଥିବାବେଳେ ପୋଲିସ ନିଜର ଦାୟିତ୍ୱ ସମ୍ପାଦନ ନ କରି ସେହି ସ୍କୁଲର ଶିକ୍ଷକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। କିଛି ଦିନ ପୂର୍ବେ କଣ୍ଟାବାଞ୍ଜି ସହରରେ ଥିବା ସରକାରୀ ମହିଳା ମହାବିଦ୍ୟାଳୟରୁ ଚୋରି ହୋଉଥିବା କଣ୍ଟାବାଞ୍ଜି ଥାନା ରେ ଏତଲା ଦିଆଯାଇଥିଲା । ତୂରେକେଲା ବ୍ଲକ ଅନ୍ତର୍ଗତ ଝହରନି ଗ୍ରାମ ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟ ରେ ୨୮ – ୧୦ – ୨୦୨୦ ଦିନ ତୁରେକେଲା ପୋଲିସ ପାଖରେ ତିନି କବାଟ ଭାଙ୍ଗି ଗୋଟିଏ ଏମ୍ପ୍ଲିଫାୟାର ଦୁଇଟି ସାଉଣ୍ଡ ବକ୍ସ ଚୋରି ହୋଇଥିବା ଏତଲା ଦିଆଯାଇଛି । ସେହିପରି ତୁରେକେଲା ବ୍ଲକ ଅନ୍ତର୍ଗତ ଗଡ଼ଗଡ଼ ଵାହାଲ ସ୍କୁଲରୁ ତିନୋଟି ସିଲିଂ ଫେନ୍ ଚୋରି ହୋଇଥିବା ତୁରେକେଲା ଥାନାରେ ଏତଲା ହୋଇଛି । ଏପରି ସ୍ଥଳେ ସ୍ଥାନୀୟ ପୋଲିସକୁ୍‌ ପ୍ରଶ୍ନ ଯେ ପୋଲିସ ଠିକରେ ପେଟ୍ରୋଲିଂ କରୁଛି ତ ? ଯଦି ପୋଲିସ୍ ଠିକରେ ତା କାମ କରୁଛି ଆଉ ତଥାପି ଚୋରି ହେଉଛି, ତେବେ ଏସବୁ ଘଟଣା ଏ ଅଂଚଳ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ଅଟେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପକ ଚୋରି, ଏଥିପାଇଁ ଦାୟୀ କିଏ ?