କରୋନାର ସ୍ଥିତି : ଜାନୁୟାରୀ ୩୦ ରୁ ଜୁଲାଇ ୩୧ ଯାଏଁ !

(୩୧/୭) ଚୀନରୁ ବିସ୍ତାର ଲାଭ କରି ଇଟାଲୀ, ଫ୍ରାନ୍ସ, ଆମେରିକା ସମେତ ପୃଥିବୀର ପ୍ରାୟ ସବୁ ଦେଶରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହାକୁ ୫ ମାସ ପୂରି ସାରିଛି । ଗତ ଜାନୁୟାରୀ ୩୦ ତାରିଖ ଦିନ କେରଳର ଜଣେ ଛାତ୍ରଠାରେ ଏହି ଭୂତାଣୁ ଥିବା ପ୍ରଥମ କରି ଦେଶରେ ଚିହ୍ନଟ ହୋଇଥିଲା । ସେତେବେଳେ ଜନସାଧାରଣ ଏହା ଜାଣି ନ ଥିଲେ ଯେ ଏହା ଦେଶରେ ଏକ ମହା ସଂକଟ ଭାବେ ଛିଡ଼ା ହେବ ଓ ଭାରତକୁ ସମୂଳେ ଗ୍ରାସ କରି ସାରା ଦେଶକୁ ଲକ୍ ଡାଉନ୍ ଭଳି ପରିସ୍ଥିତିକୁ ଡାକି ନେବ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜନତା କର୍ଫ୍ୟୁ ଘୋଷଣା କଲେ । ତାପରେ ମାର୍ଚ୍ଚ ୨୪ ତାରିଖ ରାତିରେ ୨୧ ଦିନିଆ ଲକ୍ ଡାଉନ୍ ଦେଶରେ ଘୋଷଣା କରିଦେଲେ । ତାପରେ ସେହି ୨୧ ଦିନିଆ ଲକ୍ ଡାଉନ୍ ବି କିଛି ଫଳପ୍ରଦ ନ ହେବାରୁ ବିଭିନ୍ନ ପର୍ଯ୍ୟାୟରେ ଏଯାଏଁ ତାହା ଜାରି ରହିଛି । ଅନେକ ସ୍ଥାନ କେବଳ ଲକ୍ ଡାଉନ୍ ଥିବାବେଳେ ଆଉ କେତେକ ସ୍ଥାନ ସଟ୍ ଡାଉନ୍ ଓ କଣ୍ଟେନମେଣ୍ଟଓ ବଫର ଜୋନ୍ ଭାବେ ମଧ୍ୟ ରହିଛି । ତେବେ ଜାନୁୟାରୀ ୩୦ ରେ ଦେଶରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ମାର୍ଚ୍ଚ ୨୯ ସୁଦ୍ଧା ୧୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଓ ୪୭ ଜଣ ପ୍ରାଣ ହରାଇଲେ । ସେହିପରି ଏପ୍ରିଲ ୩୦ ସୁଦ୍ଧା ତାହା ବୃଦ୍ଧି ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୫୦ ଓ ମୃତ୍ୟୁ ସଂଖ୍ୟା ୧୦୭୯ ହେଲା । ମଇ ମାସରେ ଗୋଟିଏ ଦିନରେ ସର୍ବାଧିକ ୮୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ସେ ମାସ ଶେଷ ସୁଦ୍ଧା ୧,୮୨, ୧୪୩ ଜଣ ଆକ୍ରାନ୍ତ ଓ ୫୧୬୪ ମୃତ୍ୟୁ ହୋଇଥିବା ଜଣା ପଡ଼ିଲା । ଜୁନ ମାସ ଶେଷ ସୁଦ୍ଧା ତାହା ପୁଣି ବୃଦ୍ଧି ପାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୬୬.୮୩୯ ଓ ମୃତ୍ୟୁ ସଂଖ୍ୟା ୧୬,୮୯୩ ହେଲା । ତେବେ ମାର୍ଚ୍ଚ ୧୬ ତାରିଖ ଦିନ ଇଟାଲୀରେ କମ୍ପ୍ୟୁଟର ପାଠ ପଢ଼ୁଥିବା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ତେବେ ଆଜି ରାଜ୍ୟରେ ୧୪୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୭୭ ହୋଇଛି ଓ ୧୧୯୧୮ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ତେବେ ଦେଶରେ ଆଜି ଗୋଟିଏ ଦିନରେ ୫୫୦୭୯ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୭୭୯ ଜଣ ମୃତ୍ୟୁ ବରଣ କରିଛନ୍ତି । ସର୍ବଶେଷ ରିପୋର୍ଟ ଅନୁସାରେ ଏହା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୧୬,୩୮,୮୭୧ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୫୭୪୭ କୁ ବୃଦ୍ଧି ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନାର ସ୍ଥିତି : ଜାନୁୟାରୀ ୩୦ ରୁ ଜୁଲାଇ ୩୧ ଯାଏଁ !