(୧୬/୮) ଭାରତତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଦିଲ୍ଲୀରେ ଥିବା ତାଙ୍କ ସମାଧିପୀଠ-‘ସଦୈବ ଅଟଳ’ କୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଅଟଳ ଜୀ ଭାରତର ଭଲ ଓ ସୁପରିଚିତ ପ୍ରଧାନମନ୍ତ୍ରୀ ଭାବେ ଜଣାଶୁଣା । ସେ ପ୍ରକୃତରେ ଭାରତର ରନ୍ô ଥିଲେ ଯିଏ କି ଭାରତ ପାଇଁ କାମ କରିବା ସହ ତା ପାଇଁ ବଂଚିଥିଲେ ବୋଲି ସେ କହିଛନ୍ତି । ଦେଶର ବିକାଶ ପାଇଁ ସେ ନେଇଥିବା ପଦକ୍ଷେପ ଗୁଡ଼ିକ ପାଇଁ ସେ ସବୁବେଳେ ମନେ ପଡ଼ିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ ବାଜପାୟୀଙ୍କ ପୁଣ୍ୟତିଥିରେ ସ୍ମରଣ କରି କହିଛନ୍ତି ।
ବାଜପାୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ
