କଣ୍ଟାବାଞ୍ଜି ସହରରେ ଲୋକେ ସକାଳ ୭ ରୁ ସନ୍ଧ୍ୟା ୭ ଯାଏଁ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି ଓ ଲୋକଙ୍କ କହିବାନୁସାରେ ସନ୍ଧ୍ୟା ୭ ଟା ପରେ ପୋଲିସ୍୍ ଲୋକଙ୍କଠୁ ୨୦୦ ଟଙ୍କା ଲେଖାଏଁ ଫାଇନ୍ କାଟୁଛି । ଏହାର ଉତ୍ତରରେ ସ୍ଥାନୀୟ ଏସଡିପିଓ ସରୋଜ ମହାପାତ୍ର କହିଛନ୍ତି ଯେ, ସହରରେ ସନ୍ଧ୍ୟା ୭ ଟା ପରେ ଲୋକେ ବୁଲୁୁଛନ୍ତି । କଣ୍ଟାବାଞ୍ଜି ଅଂଚଳ ଯଥା:-ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି, ତାହାକୁ ଦୃଷ୍ଟିରେ ରଖି ଅଯଥାରେ ଲୋକେ ବୁଲୁଥିଲେ ଫାଇନ କଟାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଅଯଥାରେ ବୁଲୁଥିବା ଲୋକଙ୍କଠୁ ପୋଲିସ୍ ଫାଇନ କାଟୁ, କିନ୍ତୁ ହସପିଟାଲ କିମ୍ବା ଜରୁରୀ କାମରେ ଯାଉଥିବା ଲୋକଙ୍କୁ ପୋଲିସ୍୍ ଅଯଥାରେ ହଇରାଣ ନ କରୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।(ରିପୋର୍ଟ: ଏସ୍କେ ସମିମ୍)
କଣ୍ଟାବାଞ୍ଜି ଏସଡିପିଓ ଚାଲାନ କାଟିବା ନେଇ ମନ୍ତବ୍ୟ ରଖିଲେ
