ଅନୁମୋଦନ ପ୍ରାପ୍ତ ପଦବୀରେ ଥିବା ଠିକା ନର୍ସମାନଙ୍କୁ ନିୟମତି କରିବାକୁ ସରକାରଙ୍କ ନିଷ୍ପତ୍ତି !


(୧୩/୧୧) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ଠିକା ନର୍ସ ମାନଙ୍କୁ ପଦୋନ୍ନତି ଦେବାକୁ ବର୍ତ୍ତମାନ ଥିବା ନିୟମରେ କିଛି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି । ବର୍ତ୍ତମାନ ଓଡ଼ିଶା ନର୍ସିଂ ସର୍ଭିସ(ନିୟୋଜନର ପଦ୍ଧତି ଓ ସେବାର ସର୍ତ୍ତାବଳୀ) ନିୟମ, ୨୦୨୦ ଅନୁଯାୟୀ ପରିଚାଳିତ ହେଉଛି । କିନ୍ତ ଷ୍ଟାଫ ନର୍ସ, ସହକାରୀ ଅଧିକ୍ଷୀକା, ଅଧିକ୍ଷୀକା, ମୁଖ୍ୟ ଅଧିକ୍ଷୀକାଙ୍କ ପଦବୀର ନାମ ପରିବର୍ତ୍ତନ କରି ନର୍ସିଂ ଅଧିକାରୀ, ସହକାରୀ ନର୍ସିଂ ଅଧିକାରୀ, ଅତିରିକ୍ତ ନର୍ସିଂ ଅଧିକାରୀ ଓ ନର୍ସିଂ ଅଧ୍ୟକ୍ଷା ଭାବେ ରଖିବାକୁ ପ୍ରସ୍ତାବ ରହିଛି । ଠିକା ଭାବେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ସାଧାରଣ ହିସାବରେ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ମିଳିଥିବାବେଳେ ସେଥିପାଇଁ ଉପଯୁକ୍ତ କୌଣସି ସଜ୍ଞା ନିରୂପଣ କରାଯାଇ ନାହିଁ । ତେବେ ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ପଦବୀରେ କାର୍ଯ୍ୟରତ ଥିବା ଠିକା ନର୍ସମାନଙ୍କୁ ନିୟମତି କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ପ୍ରେସ ବାର୍ତ୍ତା ଅନୁଯାୟୀ, ନର୍ସିଂ ଅଫିସର ପଦକୁ ପଦୋନ୍ନତି ପାଇବାକୁ ୧୦ ବର୍ଷ ଯାଏଁ ନିୟମତି ପଦବୀରେ କାର୍ଯ୍ୟ କରିଥିବା ଆବଶ୍ୟକ ବୋଲି ସୂଚନା ଦିଆ ଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅନୁମୋଦନ ପ୍ରାପ୍ତ ପଦବୀରେ ଥିବା ଠିକା ନର୍ସମାନଙ୍କୁ ନିୟମତି କରିବାକୁ ସରକାରଙ୍କ ନିଷ୍ପତ୍ତି !