ଦୁଷ୍କର୍ମରୁ ଝିଅମାନଙ୍କ ଆତ୍ମସୁରକ୍ଷା ନିମନ୍ତେ ବିଶେଷ ତାଲିମ ଶିବିର ଆୟୋଜନ କଲେ ଗୁଜରାତର ବିଧାୟକ ଜିଗ୍ନେଶ ମେୱାଣୀ !


(୧୭/୧୦) ଗୁଜରାତର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାଣୀ ଦଳିତ ଝିଅମାନଙ୍କ ଉପରେ ଦେଶର ବିଭିନ୍ନ ଅଂଚଳରେ ଯେପରି ଦୁଷ୍କର୍ମ ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେଥିପାଇଁ ସେ ଏହାକୁ ଗମ୍ଭୀର ଭାବେ ନେଇଛନ୍ତି । ସେଥିପାଇଁ ସେ ତାଲିମପ୍ରାପ୍ତ ଲୋକଙ୍କ ମାଧ୍ୟମରେ ଦଳିତ ଓ ଅନ୍ୟ ବର୍ଗର ଆଗ୍ରହୀ ଝିଅମାନଙ୍କ ନିମନ୍ତେ ସାମରିକ କଳାର ତାଲିମ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ଏହି କ୍ରମରେ ‘ରାଷ୍ଟ୍ରୀୟ ଦଳିତ ଅଧୀକାର ମଂଚ’ ପକ୍ଷରୁ ଗୁଜରାତର ମେହେଶାଣାଠାରେ ଏହି ମାସ ୨୦ ତାରିଖରୁ ୧୫ ଦିନ ବ୍ୟାପି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂଗଠନର କୌଶିକ ପର୍ମାର୍ କହିଥିବା ‘ଇଣ୍ଡିଏନ୍ ଏକ୍ସପ୍ରେସ୍‌’ ପ୍ରକାଶ କରିଛି । ବର୍ତ୍ତମାନ ଦେଶରେ ଝିଅମାନଙ୍କ ଉପରେ ଯେପରି ଅତ୍ୟାଚାର ହେଉଛି, ଅନ୍ତତଃପକ୍ଷେ ସେମାନଙ୍କ ସୁରକ୍ଷା ପାଇଁ ଏହି ତାଲିମ ନେଲେ ସେମାନେ ଏଭଳି ସମୟରେ ଆତ୍ମସୁରକ୍ଷା କରିପାରିବେ । ସେଥିପାଇଁ ପରୀକ୍ଷା ମୂଳକ ଭାବେ ମେହେଶାଣାଠାରେ ବିଶେଷ କରି ଦଳିତ ଝିଅମାନଙ୍କ ପାଇଁ ଏହି ତାଲିମ ଶିବିରର ଆୟୋଜନ ହେଉଛି ଓ ଏଥିରେ ଅନ୍ୟ ବର୍ଗର ଝିଅମାନେ ମଧ୍ୟ ଯୋଗ ଦେଇପାରିବେ ବୋଲି ସେ କହିଛନ୍ତି । ଫିଜ୍ ଭାବରେ ୧୦୦ ଟଙ୍କା ଜଣ ପିଛା ନିଆଯିବ ଯାହାକୁ ସେମାନେ ୧୫ ଦିନର ତାଲିମ ପରେ ଫେରାଇ ଦେବେ । ମେହଶାଣାର ଦୀପକ ଚାୱଡା ସ୍ଥାନୀୟ ଅଂଚଳରେ ବହୁ ବର୍ଷ ହେଲା ସାମରିକ କଳାର ତାଲିମ ଦେଇ ଆସୁଛନ୍ତି ଓ ସେ ଝିଅମାନଙ୍କୁ ମଧ୍ୟ ଏହି ତାଲିମ ଦେଉଛନ୍ତି । ଶ୍ରୀ ଚାୱଡା କହିଛନ୍ତି ଯେ ତାଇକୋଣ୍ଡୋରେ ତାଙ୍କର ଦକ୍ଷତା ରହିଛି କିନ୍ତୁ ସେ ଝିଅମାନଙ୍କୁ ଆତ୍ମସୁରକ୍ଷାର କେତେକ କୌଶଳ ଶିଖାଇବେ । ଏଯାଏଁ ୨୭ ଜଣ ଝିଅ ଏହି ତାଲିମ ପାଇଁ ପଞ୍ଜିକରଣ କରିଥିବାବେଳେ ଯଦି ଏହା ସଫଳ ହୁଏ ତେବେ ତାହାକୁ ଗୁଜରାତର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଆୟୋଜନ କରାଯିବ ବୋଲି ସଂଗଠନ ପକ୍ଷରୁ ଶ୍ରୀ ପାର୍ମର୍ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଦୁଷ୍କର୍ମରୁ ଝିଅମାନଙ୍କ ଆତ୍ମସୁରକ୍ଷା ନିମନ୍ତେ ବିଶେଷ ତାଲିମ ଶିବିର ଆୟୋଜନ କଲେ ଗୁଜରାତର ବିଧାୟକ ଜିଗ୍ନେଶ ମେୱାଣୀ !