ଯୋଗାଣ ସହାୟକଙ୍କୁ ୧ ଲକ୍ଷ ଟଙ୍କା ସରପଂଚ ମାଗୁଥିବା ଅଭିଯୋଗରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ !


(୧୬/୮) ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଂଚାୟତରେ ସୁନୀଲ ରଣା ଯୋଗାଣ ସହାୟକ ଭାବେ କାମ କରନ୍ତି । କିନ୍ତୁ ସେଠିକାର ସରପଂଚ, ସରପଂଚଙ୍କ ସ୍ୱାମୀ, ନାଏବ ସରପଂଚ ତଥା କେତେକ ବାହାର ଲୋକ ତାଙ୍କୁ ବିଭିନ୍ନ ସମୟରେ ବ୍ୟକ୍ତିଗତ ଭାବେ ମାନସିକ ଯନ୍ତ୍ରଣା ଦେବା ସହ ଅର୍ଥ ମାଗୁଥିବା ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି । ଯୋଗାଣ ସହାୟକ ଶ୍ରୀ ରଣା ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ ତୁମେ ପଂଚାୟତରେ କାମ କରୁଛ ବୋଲି ତୁମକୁ ଅର୍ଥ ଦେବାକୁ ପଡ଼ିବ । ଯଦି ତୁମେ ୧ ଲକ୍ଷ ଟଙ୍କା ନ ଦେଲ, ତେବେ ଆମେ ତୁମକୁ କାମରୁ ବାହାର କରି ଦେବାକୁ ବୈଠକରେ ପାଶ କରିବୁ ବୋଲି ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ସେ ସରପଂଚଙ୍କୁ ଏହି ଦାୟିତ୍ୱ ନେବାକୁ ସେ କହିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନଜରକୁ ଆସିବା ପରେ ସେ ପଦ୍ମପୁର ଆଇଆଇସିଙ୍କୁ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଯୋଗାଣ ସହାୟକଙ୍କୁ ୧ ଲକ୍ଷ ଟଙ୍କା ସରପଂଚ ମାଗୁଥିବା ଅଭିଯୋଗରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ !