ଲୁଟେରାଙ୍କଠୁ ଟଙ୍କା ଉଦ୍ଧାର, ଅଭିିଯୁକ୍ତଙ୍କୁ କୋର୍ଟ ଚାଲାଣ ।


(୧୫/୬) ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବଡ଼କର୍ଲେ ଗ୍ରାମର ବିବେକା ମିର୍ଦ୍ଧା ଲୋଇସିଂହା ଥାନାରେ ଏକ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଅନୁଯାୟୀ ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ବଣ୍ଟି ବେହେରା ଓ କିଶୋର ମେହେର ଶ୍ରୀ ମିର୍ଦ୍ଧାଙ୍କୁ ମାଡ଼ପିଟ କରିବା ସହ ତାଙ୍କଠୁ ୧୫ ଶହ ଟଙ୍କା ଲୁଟି ନେଇଥିଲେ । ଅଭିଯୋଗ ପାଇବା ପରେ ଲୋଇସିଂହା ଥାନା ପକ୍ଷରୁ ଅଭିଯୁକ୍ତମାନଙ୍କୁ ଧରିବାକୁ ଚଢ଼ଉ କରି ଲୁଟ ହୋଇଥିବା ୧୫ ଶହ ଟଙ୍କା ସେମାନଙ୍କଠାରୁ ଉଦ୍ଧାର କରାଯିବା ସହ ଘଟଣାରେ ବ୍ୟବହୃତ ମୋଟର ସାଇକେଲକୁ ପୁଲିସ ଜବତ କରିଛିି । ଏ ସମ୍ପର୍କରେ ଭାରତୀୟ ଦଣ୍ଡସଂହିତାର ୩୯୪ ଧାରାରେ ଥାନାରେ କେଶ ନଂ.୧୮୮/୨୦୨୦ ରୁଜୁ ହୋଇ ସେମାନଙ୍କୁ ଆଜି ପୋଲିସ୍ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଲୋଇସିଂହା ଥାନାଧିକାରୀ ଶ୍ରୀମତୀ ଲାକ୍ରା ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲୁଟେରାଙ୍କଠୁ ଟଙ୍କା ଉଦ୍ଧାର, ଅଭିିଯୁକ୍ତଙ୍କୁ କୋର୍ଟ ଚାଲାଣ ।