ଶ୍ରୀରାମଙ୍କ ବଂଶଜଙ୍କୁ ସୂଚନା ଅଧିକାର ବଳରେ ‘ରାମ ମନ୍ଦିର ଟ୍ରଷ୍ଟ’ର ତଥ୍ୟ ଦେବାକୁ ମନା କଲା ଗୃହ ବିଭାଗ !


(୦୨/୯) ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାମ ମନ୍ଦିର ଟ୍ରଷ୍ଟର ତଥ୍ୟ ଦେବାକୁ ମନା କରି ଦେଇଛି । ମନ୍ତ୍ରଣାଳୟର ବିଶ୍ୱାସ ଯେ, ଯଦି ତଥ୍ୟ ଦିଆଯାଏ ତେବେ ଜୀବନ ‌ପ୍ରତି ବିପଦ ହେବ ବା କାହାର ବ୍ୟକ୍ତିଗତ ସୁରକ୍ଷା ପ୍ରତି ଆଞ୍ଚ ଆସିବ ବା ସୁରକ୍ଷା ଦୃଷ୍ଟିରୁ ତାହା ବିପଦଜନକ ବୋଲି କୁହାଯାଇଛି । ଗାଜିଆବାଦର ସୁଶୀଳ ରାଘବ ନାମକ ଜଣେ ସୂଚନା ଅଧିକାରୀ କର୍ମୀ ନିଜକୁ ଶ୍ରୀରାମଙ୍କ ବଂଶଜ ବୋଲି ଦାବୀ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ତଥ୍ୟ ମାଗି କୌଣସି ଉତ୍ତର ନ ପାଇବାରୁ ତା ଉପରେ ସେ ଅପିଲ କରିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି । ଅଗଷ୍ଟ ୧୩ ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନିଷ ତିୱାରି ଦେଇଥିବା ଉତ୍ତରରେ ସେ ଉଲ୍ଲେଖ କରିଛନ୍ତି ଯେ, ରାମଜନ୍ମ ଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସୂଚନା ଆଇନ ଅଧୀନରେ ଆସୁଥିଲେ ବି ସୁରକ୍ଷା ଦୃଷ୍ଟିର ତାହା ଦିଆଯାଇ ପାରିବ ନାହିଁ । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି କାହାର ଜୀବନ ପ୍ରତି ବିପଦ ବୋଲି ଶ୍ରୀ ତିୱାରିଙ୍କୁ ପଚାରିବାକୁ ଯୋଗାଯୋଗ କରିବାରୁ ଅଫିସରେ କୌଣସି ବରିଷ୍ଠ ଅଧିକାରୀ ନ ଥିବାରୁ କେହି ଉତ୍ତର ଦେଇ ନଥିଲେ ବୋଲି ‘ହପିଂଟନ ପୋଷ୍ଟ’ ପ୍ରକାଶ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଶ୍ରୀରାମଙ୍କ ବଂଶଜଙ୍କୁ ସୂଚନା ଅଧିକାର ବଳରେ ‘ରାମ ମନ୍ଦିର ଟ୍ରଷ୍ଟ’ର ତଥ୍ୟ ଦେବାକୁ ମନା କଲା ଗୃହ ବିଭାଗ !