ଅଂଜଳି ଆଚାର୍ଯ୍ୟ,ଭୁବନେଶ୍ୱର
ସେଦିନ ଘରକୁ ଫେରୁ ଫେରୁ ଡେରି ହେଇଗଲା ମୋର । ଠିକ ସେତିକିବେଳେ ପାଖ ଟ୍ରେଜେରୀ ଅଫିସର ୱାଚମେନର ଘଣ୍ଟା ପିଟା ଶଦ୍ଦ ଆଠଥର ଢଂ ଢଂ ବାଜିଲା । ଯେତେ ଥର ବାଜୁଥାଏ ଛାତି ମୋର ସେତେ ଥର ଧମ ଧକ୍ ହେଉଥାଏ । ଛଅଟା ପୂର୍ବରୁ ଘରକୁ ଫେରିବା ଜାଗାରେ ରାତି ଆଠଟା ହେଲାଣି । ଡରିଡରି ଘରକୁ ମୁଁ ଫେରୁଥିଲି । ବାପା ଚଢ଼ା ଗଳାରେ ଖାଲି ପଚାରି ଦେଲେ ଘଣ୍ଟା କେତେଥର ବାଜିଲା? ମୁଁ ମୁଣ୍ଡ ତଳ କରି ଛଳଛଳ ଆଖିରେ ଅପରାଧି ଭଳି କହିଲି, ଆ…ଠଟା । ସେ ଖାଲି ଏତିକି କହିଲେ, କୁଆଡ଼େ ଥିଲୁ? ସତର ଅଠର ବର୍ଷର ଝିଅ ବାହାରେ ଥିଲେ ବାପାମାଁଙ୍କ ଚିନ୍ତା ବଢ଼ିଯାଏ ମାଁ! ହଉ ଯା ଭିତରକୁ । ଦୀର୍ଘ ନିଶ୍ୱାସଟେ ପକେଇ ମୁଁ ଭିତରକୁ ଗଲି । ବୁଝିଲି, ବାପା ମୋର ଶକ୍ତ ଓ ଟାଣ କିନ୍ତୁ ସେ ଆମ ମୁଣ୍ଡର ସୁରକ୍ଷାର ଛାତ ।
ମାଁ ମୋର ଦେଖୁ ଦେଖୁ ମତେ କହିଲା ସିଧା ଖଟକୁ କ’ଣ ଯାଉଛୁ? ଭୋକ ନାହିଁ କି? ଆ ଖାଇପକା । କେହି ଖାଇନୁ ଆମେ । ଭୋକରେ ମୁଁ ମା ବାଢ଼ିଥିବା ଭାତ ଗଣ୍ଡାକ ଟକ୍ ଟକ୍ କରି ଗିଳି ପକେଇଲି ।