‘ଶୋଲେ’ ଫିଲ୍ମର ଆଧୁନିକ ରୂପ ଦେଖିବାକୁ ମିଳିଲା ଇନ୍ଦୋରରେ, ଲୋକେ ହେଲେ ନାକେଦମ୍‌ !


(୦୯/୧୧) ସତୁରୀ ଦଶକରେ ନିର୍ମିତ ହିନ୍ଦୀ ଫିଲ୍ମ ‘ଶୋଲେ’ କୁ ଲୋକେ ଏବେ ବି ସ୍ମରଣ କରିଥାନ୍ତି । ତେବେ ଏହା ହିନ୍ଦୀ ଫିଲ୍ମ ଜଗତ ପାଇଁ ଅନେକ କ୍ଷେତ୍ରରେ ଇତିହାସ ରଚିଥିବାବେଳେ ସେଥିରେ ମୁଖ୍ୟ ଅଭିନେତା ଧର୍ମେନ୍ଦ୍ର ଓ ପାଶ୍ୱର୍ ଅଭିନେତା ଅମିତାଭ ବଚ୍ଚନଙ୍କୁ ଲୋକେ ଖୁବ୍ ପ୍ରଶଂସା କରନ୍ତି । ହେଲେ ଏଥିରେ ଧର୍ମେନ୍ଦ୍ରଙ୍କ ଏକ ଦୃଶ୍ୟଟି ଲୋକଙ୍କ ମନରେ ଏକ ବିଶେଷ ଛାପ ଛାଡ଼ି ଯାଇଛି । ଗାଁ ବାହାରେ ଥିବା ଏକ ପାଣି ଟାଙ୍କିକୁ ଚଢ଼ି ଧର୍ମେନ୍ଦ୍ର ନିଜ ପ୍ରେମିକା ହେମାମାଳିନୀଙ୍କୁ ପାଇବାକୁ ଯେପରି ଅଭିନୟ କରିଛନ୍ତି, ସେପରି ଏକ ଦୃଶ୍ୟ ଅନ୍ୟ ରୂପରେ ଦେଖିବାକୁ ମିଳିଥିଲା ଇନ୍ଦୋରର ପରଦେଶୀପୁରା ଥାନା ଅଂଚଳରେ । ଏଠାରେ ଜଣେ ନାବାଳିକା ତା ପ୍ରେମିକକୁ ବାହା ହେବ ବୋଲି ଜିଦ୍ ଧରିବାରୁ ତା’ ମାଆ ତାକୁ ମନା କରିବା ଫଳରେ ସେ ଏକ ହୋଡ଼ିଂ ଉପରକୁ ଚଢ଼ି ଯାଇଥିଲେ । ଫଳରେ ପରିବାର ଲୋକେ ଚିନ୍ତାରେ ପଡ଼ିଯିବା ଫଳରେ ପୋଲିସ୍‌ର ସହାୟତା ଲୋଡ଼ିଥିଲେ । ତେବେ ସେ ପ୍ରେମ କରୁଥିବା ଯୁବକଟି ତାକୁ ହୋଡ଼ିଂରୁ ତଳକୁ ଓହ୍ଲାଇବା ପାଇଁ କହିବା ପରେ ନାବାଳିକା ଜଣକ ତଳକୁ ଓହ୍ଲାଇଥିଲେ ବୋଲି ପରଦେଶୀପୁରାର ଥାନାଧିକାରୀ ଅଶୋକ ପାଟିଦାର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ଶୋଲେ’ ଫିଲ୍ମର ଆଧୁନିକ ରୂପ ଦେଖିବାକୁ ମିଳିଲା ଇନ୍ଦୋରରେ, ଲୋକେ ହେଲେ ନାକେଦମ୍‌ !