କ୍ୱାରେଣ୍ଟାଇନ ସେଣ୍ଟରରେ ହରିଜନ ଯୁବତୀଙ୍କୁ ସରପଂଚଙ୍କ ଆଶାଳୀନ ବ୍ୟବହାର । ଥାନାରେ ଏଫଆଇଆର୍ ଦେଲା ଭୀମ ଆର୍ମି ।

(୦୭/୬) ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ୍ ଅନ୍ଧାରିବାଞ୍ଜି ପଂଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ କୋଇମ୍ବାଟୁରରେ କାମ କରୁଥିବା ଜଣେ ଝିଅ ଆସି ଏକାକୀ ରହୁଥିଲେ । ଏହି କେନ୍ଦ୍ରକୁ ସ୍ଥାନୀୟ ସରପଂଚ ବିଭିନ୍ନ ସମୟରେ ଆସି ମଦ ପିଇ ଆଶାଳୀନ ବ୍ୟବହାର ସହ ଯୌନ ନିର୍ଯ୍ୟାତନା ଦେଉଥଲେ । ଏପରିକି କବାଟ ଖୋଲି ଭିିତରକୁ ପଶିବାକୁ ମଧ୍ୟ ଅନେକ ଥର ଉଦ୍ୟମ କରି ବିଫଳ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ରକୁ ବିଭିନ୍ନ ସମୟରେ ଆସୁଥିବା ପୋଲିସକୁ ସେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୀଡ଼ିତାଙ୍କ ଭିଡିଓ ଭାଇରାଲ ହେବା ପରେ ଭୀମ ଆର୍ମି ପକ୍ଷରୁ ଘଟଣାରେ ହସ୍ତକ୍ଷେପ କରି ଥାନାରେ ଏଫଆଇଆର୍ ଦାଖଲ କରାଯାଇଛି । ଭିଡିଓରେ ସଂପୃକ୍ତ ଝିଅ ବେଶ ଚିନ୍ତିତ ଥିବା ସେ ପ୍ରକାଶ କରିଛନ୍ତି ଆଉ ଯଦି କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଦୁଃଖର ସହ ଜଣାଇଛନ୍ତି । ଦୋଷୀ ସରପଂଚଙ୍କୁ ତୁରନ୍ତ ଗିରଫ ନ କଲେ ଭୀମ ଆର୍ମି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କ୍ୱାରେଣ୍ଟାଇନ ସେଣ୍ଟରରେ ହରିଜନ ଯୁବତୀଙ୍କୁ ସରପଂଚଙ୍କ ଆଶାଳୀନ ବ୍ୟବହାର । ଥାନାରେ ଏଫଆଇଆର୍ ଦେଲା ଭୀମ ଆର୍ମି ।