ପାଣିପାଇଁ ଲୋକେ ହନ୍ତସନ୍ତ : ଅଧା କିଲୋମିଟର ଦୂର ଯିବାକୁ ପଡ଼ୁଛି

(୧୪/୭) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଘାଟଗୁଡା ପଞ୍ଚାୟତର ନୂଆଗୁଡା ଗାଁରେ ନଳକୂପ ଥାଇ ମଧ୍ୟ ସେଥରେ ବାହାରୁ ଥିବା ପାଣି ପିଇବା ତ ଦୂରର କଥା , ଲୁଗାସଫା କରିବା ପାଇଁ ମଧ୍ୟ ଉପଯୁକ୍ତ ନାହିଁ । ଭକ୍ତ ଗାଁର ୨୨ ପରିବାର ୧୩ ବର୍ଷ ହେଲାଣି ପାଣିର ଅଭାବରେ ଅଛନ୍ତି । ଅଧା କିଲୋମିଟର ଦୂର କାଳିଆଗୁଡାରୁ ପିଇବା ପାଣି ଆଣୁଛନ୍ତି ଏହି ୨୨ ପରିବାର । ବାରମ୍ବାର ସରପଞ୍ଚ , ୱାର୍ଡମେମ୍ବରଙ୍କୁ ଲେଖି ଜଣାଇବା ପରେ ମଧ୍ୟ କିଛି ନଶୁଣିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୁଷ୍ଟି ଦେଇ ଗାଁର ପାଣି ସମସ୍ୟା ଦୂର କରିବାକୁ ସେମାନେ ଗଣମାଧ୍ୟମର ସାହାଯ୍ୟ ଲୋଡ଼ିଛନ୍ତି । ଫଟୋରେ ଦିଶୁଥିବା ଏପରି ଗୋଳିଆ ପାଣି ପିଇଲେ ଲୋକଙ୍କ ଅବସ୍ଥା କଣ ହେବ, ଏହା କଣ କାହାକୁ ଆଉ ବୁଝାଇବାକୁ ପଡ଼ିବ ? ଏହି ଗ୍ରାମର ନଳକୂପ ଉପରେ ପ୍ରଶାସନିକ ଅଧିକାରୀମାନେ ନଜର ପକେଇବେ କି ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । (ରିପୋର୍ଟ : – ବାବୁଲି ଗଣ୍ଡ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପାଣିପାଇଁ ଲୋକେ ହନ୍ତସନ୍ତ : ଅଧା କିଲୋମିଟର ଦୂର ଯିବାକୁ ପଡ଼ୁଛି