ଓଟିଭି ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ମିଥ୍ୟା ଖବର ପ୍ରସାରଣ ବନ୍ଦ ପାଇଁ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖିଲେ ସାଂସଦ ଚନ୍ଦ୍ରାଣି ମୁର୍ମୁ !


(୧୯/୧୦) ଓଟିଭି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି ସାଂସଦ ଚନ୍ଦ୍ରାଣି ମୁର୍ମୁ । ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଟିଭିର ସାମ୍ବାଦିକ ରମେଶ ରଥ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କର ଚରିତ୍ର ହନନ ପୂର୍ବକ ଅପଦସ୍ତରେ ପକାଇ ମାନସିକ ଯନ୍ତ୍ରଣା ଦେବାକୁ ତାଙ୍କର ଏକ ଫେକ୍ ତଥା ଅଶ୍ଲୀଳ ଭିଡିଓ ଭାଇରାଲ୍ କରିଛନ୍ତି । ହେଲେ ଅକ୍ଟୋବର ୧୫ ତାରିଖ ଦିନ ଯେତେବେଳେ ପୋଲିସ୍‌୍ ଉକ୍ତ ସାମ୍ବାଦିକଙ୍କୁ ଏ ବାବଦରେ ଷଡ଼ଯନ୍ତ୍ରକାରୀକୁ ପଚରାଉଚରା କରିବାକୁ ଲାଗିଲା, ସେତେବେଳେ ଓଟିଭି ପକ୍ଷରୁ ସତ୍ୟତାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ସେହି ଦିନ ଓଟିଭିରେ ଅନେକ ମିଥ୍ୟା ଓ ମନଗଢ଼ା ଖବରମାନ ପରିବେଷଣ କରାଯାଇଥିଲା । ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ସାମ୍ବାଦିକଙ୍କୁ ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ ଏକ ଖବର ପ୍ରକାଶ କରି ଥିବାରୁ ତାଙ୍କୁ ପୋଲିସ୍ ପଚରାଉଚରା କରୁଥିବାର ରୂପ ଓଟିଭି ପକ୍ଷରୁ ଦିଆ ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ଦେଶର ସର୍ବ କନିଷ୍ଠ ଲୋକସଭା ସାଂସଦ ଯିଏକି ଆଦିବାସୀ ଶ୍ରେଣୀର ସେ ଯଦି ଆପଣଙ୍କଠୁ ସୁରକ୍ଷା ଲୋଡ଼ୁଛି, ତେବେ ଦେଶର ବାକି ମହିଳାମାନଙ୍କ ଅବସ୍ଥା ଏଥିରୁ ଅନୁମାନ କରିପାରିବେ ବୋଲି ଲେଖିଛନ୍ତି । ଭବିଷ୍ୟତରେ ଯେପରି ତାଙ୍କର ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ଓଟିଭି ପକ୍ଷରୁଏପରି ମିଥ୍ୟା ଖବର ପରିବେଷଣ କରା ନଯାଏ, ସେଥିପାଇଁ ପ୍ରତିବନ୍ଧକ ଲଗାଇବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ରେକଡ଼ିଂ କରି ଲୋକସଭାର ମହାସଚିବଙ୍କୁ ମଧ୍ୟ ସେ ପଠାଇଥିବା ଏଥିରେ ଉଲ୍ଲେଖ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଟିଭି ବିରୁଦ୍ଧରେ ସାଂଘାତିକ ଅଭିଯୋଗ : ମିଥ୍ୟା ଖବର ପ୍ରସାରଣ ବନ୍ଦ ପାଇଁ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖିଲେ ସାଂସଦ ଚନ୍ଦ୍ରାଣି ମୁର୍ମୁ !