ଜାଗୀ ମଙ୍ଗତ ପଣ୍ଡାଙ୍କ ନାମରେ ଗୁରୁତର ଅଭିଯୋଗ : ଜିଲ୍ଲାପାଳଙ୍କଠାରୁ ସୁରକ୍ଷା ଲୋଡ଼ିଲେ ଖୋର୍ଦ୍ଧା ଜିଲ୍ଲାର ଚାଷୀ !


(୨୭/୯) ନାବାଳିକା ଗଣଦୁଷ୍କର୍ମ ମାମଲାରେ କର୍ମଚାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ପରେ ଏହାର ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡାଙ୍କ ନାମରେ ପୁଣି ଏକ ଗୁରୁତର ଅଭିଯୋଗ ହୋଇଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରେ । ଅଭିଯୋଗ ଅନୁସାରେ, ଶ୍ରୀମତୀ ପଣ୍ଡା ଚାଷୀମାନଙ୍କୁ ଧମକଚମକ ଦେବା ସହ ସେମାନଙ୍କ ଜମିକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବାରୁ ଚାଷୀମାନେ ଭୟଭୀତ ହୋଇ ସେମାନଙ୍କ ଜମିକୁ ଶାଗମାଛ ଦରରେ ବିକି ଦେଉଥିବା ଅଭିଯୋଗ ହୋଇଛି । କିଛି ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲାର ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଅଂଚଳର ଚାଷୀଙ୍କଠାରୁ ଓଟିଭି ପକ୍ଷରୁ ଜମି କିଣା ଯାଇଥିଲା । ସେହି ଜମିରେ ଓଟିଭି ବଡ଼ବଡ଼ ଘର ଓ ରାସ୍ତା ତିଆରି କରିବାକୁ ଆଖପାଖର ଚାଷୀମାନେ ନିଜ ଚାଷଜମିକୁ ଯାଇପାରୁ ନାହାନ୍ତି । ଚାଷୀମାନେ ଏହାର ପ୍ରତିବାଦ କରିବାରୁ ଶ୍ରୀମତୀ ପଣ୍ଡା ଓ ତାଙ୍କର କେତେକ ସମ୍ପର୍କୀୟ ସେମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି । ସେଥିପାଇଁ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ସୁରକ୍ଷା ଦେବାକୁ ସେମାନେ ଜିଲ୍ଲାପାଳଙ୍କୁ ଲେଖି ଜଣାଇଛନ୍ତି, ନଚେତ୍ ସେମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଜାଗୀ ମଙ୍ଗତ ପଣ୍ଡାଙ୍କ ନାମରେ ଗୁରୁତର ଅଭିଯୋଗ : ଜିଲ୍ଲାପାଳଙ୍କଠାରୁ ସୁରକ୍ଷା ଲୋଡ଼ିଲେ ଖୋର୍ଦ୍ଧା ଜିଲ୍ଲାର ଚାଷୀ !