କଣ୍ଟାବାଞ୍ଜି ସହରରେ ଥିବା ରୋଡ୍ ନଂ.୪ ରେ ଥିବା ଏକ ଘରେ ପୋଲିସ୍ ଚଢାଉ କରି ବିପୁଳ ପରିମାଣରେ ବେଆଇନ ବିଦେଶୀ ମଦ ଜବତ କରିଛି । ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୁସାରେ କଣ୍ଟାବାଞ୍ଜି ୪୦୮ ଟି ବିୟର ବୋତଲ ଠାବ କରି ଜବତ କରିଥିବାବେଳେ ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଲକଡାଉନ୍ ସମୟରେ ଯଦି ପ୍ରଶାସନ ମଦ ଦୋକାନ ଗୁଡ଼ିକ ସିଲ୍ କରିଛି, ତେବେ ଏତେ ପରିମାଣର ବିଦେଶୀ ମଦ ଆସିଲା କୋଉଠୁ? ଏମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହେବ, ତାହା ଦେଖିବାକୁୁ ବାକି ରହିଲା । ଏହା ବ୍ୟତୀତ ମୁରିବାହାଲ ପୋଲିସ୍ ଓ ତୁରେକେଲା ପୋଲିସ୍ ମଧ୍ୟ ବେଆଇନ୍ ମଦ ଜବତ କରିଥିବା ଜଣାପଡ଼ିଛି । (ଏସ୍.କେ ସମିମ୍, କଣ୍ଟାବାଞ୍ଜି)
୪୦୮ ବୋତଲ ମଦ ଜବତ୍, ତେବେ ମଦ ଦୋକାନ ସିଲ୍ବେଳେ ବିପୁଳ ବିଦେଶୀ ମଦ ଆସିଲା କୋଉଠୁ?
