ବାଣ ବ୍ୟବସାୟୀଙ୍କ ଘରେ ନାବାଳିକାଙ୍କ ସହ ଏସଡିଏମ୍ ଓ ବରିଷ୍ଠ ପୋଲିସ୍ ଅଧିକାରୀ ଦୀପାବଳି ମନାଇଲେ !


(୧୪/୧୧) ଦେଶରେ ବାଣଫୋଟକା ବିକ୍ରିକୁ ନେଇ କଟକଣା ଜାରି କରା ଯାଇଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଲୋକେ ତାହା ମାନୁ ନଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିବା ସହ ବାଣଫୋଟକା ଜବତ କରୁଥିବା ଜାଣିବାକୁ ମିଳିଛି । ଏପରିକି ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରରେ ଜଣେ ବାଣ ବ୍ୟବସାୟୀଙ୍କୁ ପୋଲିସ ଥାନାକୁ ନେବାବେଳେ ତାଙ୍କ ୯ ବର୍ଷର ନାବାଳିକା ଝିଅ ପୋଲିସ୍ ଗାଡ଼ିରେ ନିଜ ମୁଣ୍ଡକୁ ବାରମ୍ବାର ପିଟୁଥିବା ଭିଡିଓ ଚାରିଆଡ଼େ ଭାଇରାଲ୍ ହୋଇଥିଲା । ଏହାପରେ ସେଠିକାର ମୁଖ୍ୟ ପୋଲିସ ଅଧିକାରୀଙ୍କୁ ସେଠିକାର ଏସଏସପି ତଲବ କରିଥିବାବେଳେ ଉକ୍ତ ବ୍ୟବସାୟୀଙ୍କୁ ଥାନାରୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିବା ସହ ସେଠିକାର ଏସଡିଏମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଯାଇ ଉକ୍ତ ବ୍ୟବସାୟୀଙ୍କ ଘରକୁ ଯାଇ ଉକ୍ତ ନାବାଳିକା ଝିଅ ସହ ଦୀପାବଳି ପର୍ବ ପାଳନ କରିଥିବା ଖବର ମଧ୍ୟ ଏବେ ସବୁଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ତେବେ କୁନି ଝିଅଟି ପୋଲିସ ଗାଡ଼ିରେ ମୁଣ୍ଡ ପିଟୁଥିବା ଦୃଶ୍ୟ ଅତ୍ୟନ୍ତ ସମ୍ବେଦନ ହୋଇଥିବାବେଳେ ଉକ୍ତ ଝିଅଟି ପୋଲିସକୁ ଯେପରି ଅସମ୍ବେଦନ ବୋଲି ନ ଭାବିବ ସେଥିପାଇଁ ଅଧିକାରୀମାନେ ନାବାଳିକା ସହ ତାଙ୍କ ଘରେ ଦୀପାବଳି ମନାଇ ଥିବା ଏସଡିଏମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲାର ଟାଉନ୍ ପୋଲିସ ଓ ଲେଫ୍ରିପଡ଼ା ପୋଲିସ୍ ବାଣ ବିକ୍ରେତାଙ୍କଠୁ ୯୦ ହଜାର ଟଙ୍କାର ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବାଣ ବ୍ୟବସାୟୀଙ୍କ ଘରେ ନାବାଳିକାଙ୍କ ସହ ଏସଡିଏମ୍ ଓ ବରିଷ୍ଠ ପୋଲିସ୍ ଅଧିକାରୀ ଦୀପାବଳି ମନାଇଲେ !