(୧୦/୧୦/୨୦୨୦) କଣ୍ଟାବାଞ୍ଜି ରକ୍ତଭଣ୍ଡାରରେ ବହୁ ବେଆଇନ କାର୍ଯ୍ୟ ହେଉଥିବା ସମ୍ପର୍କରେ ଏବେ କର୍ତ୍ତୃପକ୍ଷ ତଦନ୍ତ କରି ଥାନାରେ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି । ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପଣ୍ଡା ଓ ରକ୍ତଭଣ୍ଡାର ଅଧ୍ୟକ୍ଷ ତଥା ତହସିଲଦାର ଅଶୋକ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସରକାରଙ୍କ ବାରଣ ସତ୍ତ୍ୱେ ବେଆଇନ୍ ଭାବେ ରୋଗୀଙ୍କଠାରୁ ୟୁଜର ଫି ଆଦାୟ କରାଯାଉଥିବା ଅଭିଯୋଗ ହେଉଥିଲା । ଏପରିକି ରକ୍ତଦାତାଙ୍କ ପାଇଁ ରିଫ୍ରେସମେଣ୍ଟ ପାଇଁ ଆସୁଥିବା ଟଙ୍କାକୁ ମିଥ୍ୟା ବିଲ୍ ପ୍ରସ୍ତୁତ କରି ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଯୁବ ସାମାଜିକ କର୍ମୀ ରୋହନ କୁମାର ମହତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ୍ପ୍ରଦାନ କରି ଏହି ଦୁର୍ନୀତିର ତଦନ୍ତ ଓ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ । ଏହାପରେ ସ୍ଥାନୀୟ ସିଡିଏମ୍ଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଘଟଣାର ତଦନ୍ତ କରିଥିଲେ । ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବିବାଦୀୟ ଟେକ୍ନିସିଆନଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।
କଣ୍ଟାବାଞ୍ଜି ରକ୍ତଭଣ୍ଡାର ଦୁର୍ନୀତି: ବିବାଦୀୟ ଟେକ୍ନିସିଆଇନଙ୍କ ନାମରେ ଥାନାରେ ରୁଜୁ ହେଲା ମାମଲା ।
