(୧୨/୮) ସରପଂଚମାନେ କରୋନା ଭୂତାଣୁ ଉପରେ ସମ୍ପୂର୍ଣ୍ଣ ରୂପେ ବିଜୟ ଲାଭ ନ କରିବା ପର୍ଯ୍ୟନ୍ତ ଲାଗିଥାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ପରିଚାଳନାର ସ୍ଥିତିକୁ ନେଇ ହୋଇଥିବା ଏକ ଭିଡିଓ କନଫେରେନସିଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସରପଂଚମାନଙ୍କ ସହ କଥା ହେବାବେଳେ ଏକଥା କହିଛନ୍ତି । ସେମାନେ ଏହି ମହାମାରୀ ସମୟରେ ଯେଉଁ ମହତ କାର୍ଯ୍ୟ କରୁଛନ୍ତି, ତାହା ଆଗକୁ ମଧ୍ୟ ଜାରି ରଖନ୍ତୁ । କରୋନା ପରିଚାଳନା ପାଇଁ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ କେଆର୍ ସେଣ୍ଟର୍ ଓ କରୋନା ପରୀକ୍ଷା ତଥା ସର୍ଭେ କାର୍ଯ୍ୟରେ କରୁଥିବା ସହଯୋଗ ପାଇଁ ସରପଂଚମାନେ ନେତୃତ୍ୱର ଯେଉଁ ପରିଚୟ ଦେଇଛନ୍ତି ତାହା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
‘ସରପଂଚମାନେ କରୋନା ଉପରେ ବିଜୟ ଲାଭ ନ କରିବାଯାଏଁ ଉଦ୍ୟମ ଜାରି ରଖିଥାନ୍ତୁ’
