ଲକ୍ ଡାଉନ ପରଠାରୁ ଅନେକ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥିବା ସମସ୍ତେ ଜାଣନ୍ତି । କେତେକ ଜିଲ୍ଲାରେ ଲୁଣ ମଧ୍ୟ ସେପରି ଚଢ଼ା ଦାମରେ ବିକ୍ରି ହୋଇଥିବା ଖବର ପାଇ ପ୍ରଶାସନ ସେଥିରେ ହସ୍ତକ୍ଷେପ କରିବାରୁ ଦର ସ୍ୱାଭାବିକ ହୋଇଥିଲା । ଏବେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ କେତେକ ଦୋକାନୀ ୨୦ ଟଙ୍କାର ଟାଟା କମ୍ପାନୀର ଲୁଣକୁ ୨୫ରେ ବିକ୍ରି କରୁଥିବା ସୋସିଏଲ ମିଡିଆରେ ଭାଏରାଲ୍ ହେବାରେ ଲାଗିଛି । ବଲାଙ୍ଗୀର ସହରରେ ମଧ୍ୟ ଏପରି ଚଢ଼ା ଦରରେ କେତେକ ଦୋକାନୀ ବିକ୍ରି କରୁଥିବା ଅଭିଯୋଗ ହେଇଛି ।ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଲୋକେ ଯେପରି ହଇରାଣ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ
