ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସଚ୍ଚିଦାନନ୍ଦ ହନୁମାନଙ୍କ ଅବସର ଗ୍ରହଣ


(୦୧/୯) ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଥିବା ଶ୍ରୀ ସଚ୍ଚିଦାନନ୍ଦ ହନୁମାନ ଗତ ଅଗଷ୍ଟ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି । ପୂର୍ବରୁ ବଲାଙ୍ଗୀର ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପାଦନ କରିବା ପରେ ଗତ ୨୦୧୪ ମସିହାରେ ସେ ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟର କ୍ୟାଡର ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ । ପ୍ରଥମେ ସେ ସୋନପୁର ଜିଲ୍ଲା ତରଭା ବ୍ଲକରେ ଅତିରିକ୍ତ ତହସିଲଦାର ଭାବେ କିଛି ଦିନ କାର୍ଯ୍ୟ କରିବା ପରେ ସୁବର୍ଣ୍ଣପୁର ଜିଲ୍ଲାର ବିନକା, ରାମପୁର ଅଂଚଳରେ ତହସିଲଦାର ଓ ବିଡିଓ ଭାବେ କାର୍ଯ୍ୟ କଲେ । ତାପରେ ଖୋର୍ଦ୍ଧା ଜିଲ୍ଲାରେ କିଛି ଦିନ କାର୍ଯ୍ୟ କଲା ପରେ ନିକଟରେ ବଲାଙ୍ଗୀର ମୁଖ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ । ଶ୍ରୀ ହନୁମାନଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ । ପୁଅ ସୌରଭ ହନୁମାନ ଜଣେ ଭଲ ଫୁଟବଲ ଖେଳାଳୀ ଭାବେ ଆନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ସୁନାମ ଅର୍ଜନ କରିଥିବାବେଳେ ସାନ ଝିଅ ବନ୍ଦିତା ହନୁମାନ ମଧ୍ୟ କ୍ରିକେଟ ଖେଳିବାରେ ଧୁରନ୍ଧର । ସେ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାର ଗୌରବ ଅର୍ଜନ କରିଥିବାବେଳେ ବଡ଼ ଝିଅ ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିବା ଜାଣିବାକୁ ମିଳିଛି । ବିଦାୟକାଳୀନ ଅବସରରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରଶଂସାପତ୍ର ଶ୍ରୀ ହନୁମାନଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ହନୁମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଆଗ ଧାଡ଼ିର ନେତା ଭାବରେ ସମାଜର ବହୁ ବ୍ୟକ୍ତି ତାଙ୍କୁ ଏହି ଅବସରକାଳୀନ ସମୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସଚ୍ଚିଦାନନ୍ଦ ହନୁମାନଙ୍କ ଅବସର ଗ୍ରହଣ