(୨୨/୯) ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗମନାଗମନ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ଓ କିଛି ବଡ଼ ବଡ଼ିଆ ଲୋକ ମାନଙ୍କ ଅବହେଳା ଯୋଗୁଁ ଏସବୁ ଯୋଜନା ସଠିକ ରୂପାୟନ ହୋଇ ପାରୁନି।ଫଳରେ ରାସ୍ତା ହେଉଛି ବଡ଼ ଅବସ୍ଥା।ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମା ସଦର ମହକୁମାଠାରେ। ଅଂଚଳଗୁମା ଠାରୁ ତେନ୍ତୁଳିଖୁଣ୍ଟିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଲିଟିଛି ମରଣଜନ୍ତା।ଏହି ରାସ୍ତା ଦେଇ ୮ ଟି ପଂଚାୟତବାସୀ ତେନ୍ତୁଳିଖୁଣ୍ଟି ବ୍ଲକକୁ ଯିବା ଆସିବା କରୁଛନ୍ତି।ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିବା ସହ କାଦୁଅ ପଚପଚ ହେଇ ପଡ଼ୁଛି।ଗାଡ଼ିରେ ଯିବା ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟ ହେଉଛି।ଗର୍ତ୍ତ ଗୁଡିକରେ ବର୍ଷା ଜଳ ଭର୍ତ୍ତି ହୋଇଥିବା ବେଳେ ଅନେକ ଥର ବାଇକ ଚାଳକ ମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି।ରାସ୍ତାରେ ଥିବା କାଦୁଅରେ ଗାଡ଼ି ଲାଗିଯିବାରୁ ଗାଡିକୁ ଠେଲି ବାହାର କରିବାକୁ ପଡ଼ୁଛି।ଏଠାରେ ହାଟ ବଜାର ସାଙ୍ଗକୁ ପଂଚାୟତ ଅଫିସ,ହସ୍ପିଟାଲ,ବ୍ୟାଙ୍କ, ଲ୍ୟାମ୍ପସ,ପୋଷ୍ଟ ଅଫିସ, ରିଭିନ୍ୟୁ ଅଫିସ ଭଳି ଅନେକ କାର୍ଯ୍ୟାଳୟ ଥିବାରୁ ଦିନକୁ ଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି।ଖାଲି ସେତିକି ନୁହେଁ ଏହା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ହାଲୁକା ଓ ଭାରୀ ଯାନ ଯିବା ଆସିବା କରିଥାଏ।ରାସ୍ତାରେ ଛୋଟ ବଡ଼ ଖାଲ ଖମା ସୃଷ୍ଟି ହୋଇ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି।ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି।ଦୁର୍ଭାଗ୍ୟ ଜନକ ବିଷୟ ଯେ, ରାସ୍ତା ମରାମତି ନିମନ୍ତେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହେଇନି। ଖୁବଶୀଘ୍ର ରାସ୍ତାର ମରାମତି କରାଯାଉ, ନହେଲେ ଅଗାମୀ ଦିନରେ ରାସ୍ତାରୋକ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। (ରିପୋର୍ଟ-ବାବୁଲି ଗଣ୍ଡ)
ରାସ୍ତା ପାଲିଟିଛି ମରଣଯନ୍ତା, ମରାମତି ନହେଲେ ଆନ୍ଦୋଳନ ଚେତାବନୀ।
