ତୁଷୁରା-ରାମପୁର ରାସ୍ତାରେ ବୋଲେରୋ ସହ ଧକ୍କାରେ ବାଇକରେ ବସିଥିବା ୩ ଜଣ ମୃତ, ବାଇକ ଜଳିଗଲା !


(୦୪/୧୨) ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକର ଡାହିମାଲରୁ ରାମପୁର ଯିବା ରାସ୍ତାରେ ଆଜି ଅପରାହ୍ନ ଚାରିଟା ବେଳକୁ ରାମପୁର ପଟରୁ ଆସୁଥିବା ଏକ ବାଇକ ସହ ଡାହିମାଲ ପଟରୁ ଯାଉଥିବା ବୋଲେରୋ ଗାଡ଼ି ନମ୍ବର ଓଡି ୧୭ ସି ୬୭୬୭ ସହ ଏକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଗାଡ଼ିର ବେଗ ଏତେ ଥିଲା ଯେ ବାଇକଟି ବୋଲେରୋର ଚକ ସାମ୍ନାରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଦୁର୍ଘଟଣା ଯୋଗୁଁ ବାଇକରେ ବସି ଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ବାଇକରେ ବସିଥିବା କେଉଁମାନଙ୍କ ମୃତ୍ୟୁ ହୋଇଛି ତାର ଏଯାଏଁ ସଠିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ । ସୂଚନାଯୋଗ୍ୟ ଯେ, ବାଇକରେ ଦୁଇ ଜଣ ସାନ ଛୁଆ ସମେତ ବାଇକ ଚାଳକ ଓ ଜଣେ ମହିଳା ରାମପୁର ପଟରୁ ଡାହିମାଲ ଆଡ଼କୁ ବାଇକରେ ଆସୁଥିଲେ । ଉକ୍ତ ବାଇକକୁ ଧକ୍କା ଦେଇଥିବା ବୋଲେରୋ ଗାଡ଼ିଟି ଗୁଡ଼ଭେଲା ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରିଚାଳନା ପାଇଁ ଲଗା ଯାଇଥିବା ସୂଚନା ମିଳିଛି । ତେବେ ସର୍ବଶେଷ ସୂଚନା ମୁତାବକ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ନେବା ରାସ୍ତାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ତୁଷୁରା-ରାମପୁର ରାସ୍ତାରେ ବୋଲେରୋ ସହ ଧକ୍କାରେ ବାଇକରେ ବସିଥିବା ୩ ଜଣ ମୃତ, ବାଇକ ଜଳିଗଲା !