ଭାରତ ବନ୍ଦ : ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଟ୍ରାକ୍ଟରରେ ଧାରଣା ସ୍ଥଳକୁ ଗଲେ !


(୨୫/୯) ମୋଦୀ ସରକାର ସଂସଦରେ ପାସ୍ କରିଥିବା କୃଷି ବିଲକୁ ବିରୋଧ କରି ଭାରତୀୟ ଚାଷୀ ସଂଗଠନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଦିଆଯାଇଛି । ଓଡ଼ିଶାରେ ‘ଭାରତ ବନ୍ଦ’ କୁ ସମର୍ଥନ କରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ରେଳଧାରଣାକୁ ଅବରୋଧ କରିଥିବା ଜଣାପଡ଼ିଛି । ରାଜ୍ୟରେ ଅନେକ ଅଂଚଳରେ ଦୋକାନବଜାର ବନ୍ଦ ରହିଛି । ‘ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି’ ତରଫରୁ ହେବାକୁ ଥିବା ପରୀକ୍ଷକୁ ମଧ୍ୟ ଘୁଂଚାଇ ଦିଆଯାଇଥିବା ଜଣାଡ଼ିଛି । ରାଜ୍ୟରେ ଶାସନ କ୍ଷମତାରେ ଥିବା ‘ବିଜୁ ଜନତା ଦଳ’ ମଧ୍ୟ ଏହି ‘ଭାରତ ବନ୍ଦ’ କୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ଆଗରେ ଧାରଣା ଦେଇଛି । ପଞ୍ଜାବରେ ତିନି ଦିନିଆ ‘ରେଳ ରୋକୋ’ ଡାକରା ଦିଆ ଯାଇଥିବାବେଳେ ଗତକାଲିଠାରୁ ରାଜ୍ୟର ଛଅଟି ବିଭିନ୍ନ ସ୍ଥାନରେ ପ୍ରାୟ ୧୫୦୦ ଚାଷୀ ରେଳଧାରଣା ଉପରେ ବସି ରହିଛନ୍ତି । ‘ଭାରତ ବନ୍ଦ’କୁ ପଞ୍ଜାବର ୩୧ ଟି ଚାଷୀ ସଂଗଠନ ହାତ ମିଳାଇ ‘ପଞ୍ଜାବ ବନ୍ଦ’ ରେ ସାମିଲ୍ ହୋଇଛନ୍ତି । ଏଥିଯୋଗୁଁ ଭାରତୀୟ ରେଳବାଇ ୨୦ ଟି ଟ୍ରେନର ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିବାବେଳେ ୫ ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରିଛି । ହରିଆଣାର ଚାଷୀମାନେ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ଯାଏଁ ବନ୍ଦ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କଂଗ୍ରେସ ଏହି ‘ଭାରତ ବନ୍ଦ’ କୁ ସମର୍ଥନ ଜଣାଇ ଚାଷୀମାନଙ୍କ ଏହି ବନ୍ଦରେ ନିଜରେ କର୍ମକର୍ତ୍ତାମାନେ ସାମିଲ ହେଉଥିବା ସୂଚନା ମିଳିଛି । ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ‘ଭାରତ ବନ୍ଦ’ ର ନେତୃତ୍ୱ ନେଇ ଏକ ଟ୍ରାକ୍ଟରେ ଧାରଣା ସ୍ଥଳକୁ ନିଜ ସମର୍ଥକଙ୍କ ସହ ଯାଉଥିବା ଦେଖିବାକୁ ମିଳିଛି । ‘ଭାରତ ବନ୍ଦ’ ର ପ୍ରଭାବ ଦିଲ୍ଲୀ କର୍ଣ୍ଣାଟକ, ତାମିଲନାଡ଼ୁ ଜାତୀୟ ରାଜପଥରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ଚାଷୀମାନେ ଏହି ରାଜପଥକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରିଥିବା ଖବର ମିଳିଛି । କେନ୍ଦ୍ରର ମୋଦୀ ସରକାର ଚାଷୀମାନଙ୍କୁ ଆୟ ୨୦୨୨ ଯାଏଁ ଦୁଇ ଗୁଣ ବଢ଼ାଇ ଦେବେ ବୋଲି ଡିଣ୍ଡିମ୍ ପିଟୁଥିବାବେଳେ ସେମାନଙ୍କୁ ସେ ସଖୀ କଣ୍ଢେଇ ପରି ବ୍ୟବହାର କରୁଥିବା ଚାଷୀ ସଂଗଠନ ପ୍ରକାଶ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଭାରତ ବନ୍ଦ : ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଟ୍ରାକ୍ଟରରେ ଧାରଣା ସ୍ଥଳକୁ ଗଲେ !