ଲକଡାଉନ୍ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ । ଏଥର ମାସ୍କ ନ ପିନ୍ଧିଲେ ଗିରଫ କରିବ ପୋଲିସ୍ ।

(୦୧/୬) ରାଜ୍ୟ ସରକାର ଲକଡାଉନ୍ ସମ୍ବନ୍ଧରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ରାଜ୍ୟରେ ଜୁନ ୩୦ ଯାଏଁ ସମସ୍ତ ସ୍କୁଲକଲେଜ ବନ୍ଦ ରହିବ । କେନ୍ଦ୍ର ସରକାର ଜୁନ ୮ ରୁ ଧାର୍ମିକସ୍ଥଳୀ, ପାର୍କ, ସପିଙ୍ଗମଲ୍ ଖୋଲିବା ପାଇଁ ଅନୁମତି ଦେଇଥିଲେ ବି ରାଜ୍ୟ ସରକାର ଜୁନ ୩୦ ପର୍ଯ୍ୟନ୍ତ ତାହା ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏପରିକି ରାଜ୍ୟର ୧୧ ଜିଲା୍ଲ କଣ୍ଟେନମେଣ୍ଟ ଭାବରେ ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ ବୋଲି ଘୋଷଣା କରିଛନ୍ତି । ଏହି ଦୁଇ ଦିନ ଉକ୍ତ ଜିଲ୍ଲା ଗୁଡ଼ିକରେ ଔଷଧ ଦୋକାନକୁ ଛାଡ଼ି କୌଣସି ଦୋକାନବଜାର ଖୋଲା ରହିବା ନାହିଁ । ସେହିପରି କେନ୍ଦ୍ର ସରକାର ରାତି ୯ ଟାରୁ ସକାଳ ୫ ଟା ଯାଏଁ ଲୋକଙ୍କ ଚଳାଚଳ ଉପରେ କଟକଣା ଲାଗୁ କରିଥିବାବେଳେ ରାଜ୍ୟ ସରକାର ସନ୍ଧ୍ୟା ୭ ଟାରୁ ସକାଳ ୫ ଟା ଯାଏଁ କଟକଣା ଜାରି କରିଛନ୍ତି । ସର୍ବସାଧାରଣ ସ୍ଥଳୀରେ ବିିନା ମାସ୍କରେ ଗମନାଗମନ କଲେ ଜୋରିମାନା ସହ ଗିରଫ ବି କରାଯାଇପାରେ ବୋଲି ନିର୍ଦ୍ଦେଶ ରହିଛି । ବାହାରେ ଛେପ ପକାଇଲେ ମଧ୍ୟ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ସମୟରେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଜରୁରୀ ସେବା ଖୋଲା ରହିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲକଡାଉନ୍ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ । ଏଥର ମାସ୍କ ନ ପିନ୍ଧିଲେ ଗିରଫ କରିବ ପୋଲିସ୍ ।