ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ଏନ୍ଏସି କନଫେରେନ୍ସ ହଲ୍ରେ ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ କରୋନା ମୁକାବିଲା ସମ୍ପର୍କୀତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବଲାଙ୍ଗୀର ଜିଲ୍ଲାପାଳ ଅରବିନ୍ଦ ଡାକୁଆ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁ ତଥା ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲର ବିଡିଓଙ୍କ ସମେତ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିବା ଜଣାପଡ଼ିଛି । (ରିପୋର୍ଟ: ଏସ୍କେ ସମିମ୍)
ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ କରୋନା ମୁକାବିଲା ସମ୍ପର୍କୀତ ସମୀକ୍ଷା ବୈଠକ
