ଗଣେଷ ପୂଜା ଓ ନୂଆଁଖାଇ ଅବସରରେ ବଲାଙ୍ଗୀରରେ ଜାରି ହେଲା କଟକଣା !


(୧୪/୮) ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଣେଷ ପୂଜା ଓ ନୂଆଁଖାଇ ଉପଲକ୍ଷେ ଅଗଷ୍ଟ ୨୧ ରୁ ୨୪ ତାରିଖଯାଏଁ ଜିଲ୍ଲାରେ କଟକଣା ଜାରି କରିଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ସାଂସ୍କୃତିକ ବା ଧାର୍ମିକ ଉତ୍ସବାନୁଷ୍ଠାନ କରିବାକୁ କଟକଣା ରହିଛି । କୌଣସି ସ୍କୁଲରେ ଗଣେଷ ପୂଜା ହୋଇପାରିବନି ଓ ସରକାରଙ୍କ ନିର୍ଦ୍ଦେଶମତେ ଅଗଷ୍ଟ ୩୧ ଯାଏଁ ସ୍କୁଲ ବନ୍ଦ ରହିବ । କୌଣସି ସର୍ବସାଧାରଣ ସ୍ଥଳରେ ମଧ୍ୟ ଗଣେଷ ପୂଜା କରିବାକୁ ବାରଣ କରାଯାଇଛି, ଲୋକେ ଚାହିଁଲେ ତାହା ନିଜ ଘରେ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏପରିକି କୌଣସି ଭସାଣି ଶୋଭାଯାତ୍ରା ମଧ୍ୟ କରିବାକୁ କଟକଣା ଜାରି କରାଯାଇଛି । ସେହିପରି ନୂଆଁଖାଇ ସମୟରେ ମଧ୍ୟ କୌଣସି ଉତ୍ସବ ପାଳନ କରିବାକୁ ବାରଣ କରାଯାଇଛି । କେବଳ ନିଜ ପରିବାରରେ ଆବଶ୍ୟକ ଦୂରତା ବଜାୟ ରଖି ନୂଆଁଖାଇ ପର୍ବ ପାଳନ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ନୂଆଁଖାଇ ଦିନ ବା ତା ପରଦିନ ମଧ୍ୟ କୌଣସି ସମୁଦାୟ ମିଳିତ କାର୍ଯ୍ୟକ୍ରମ କରିପାରିବେ ନାହିଁ ବୋଲି ଜି୍‌ଲ୍ଲାପାଳ ଏହି ଆଦେଶରେ ଦର୍ଶାଇଛନ୍ତି । ଆହୁରିମଧ୍ୟ, ୭ ଜଣରୁ ଅଧିକ ଲୋକଙ୍କ ଜନଗହଳି ନ କରିବାକୁ ଏହି ଆଦେଶରେ କଟକଣା ଜାରି କରାଯାଇଛି ଓ ନିୟମ ଭଙ୍ଗକାରୀଙ୍କ ବିରୋଧରେ ଆଇନ ମୁତାବକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶରେ ଉଲ୍ଲେଖ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗଣେଷ ପୂଜା ଓ ନୂଆଁଖାଇ ଅବସରରେ ବଲାଙ୍ଗୀରରେ ଜାରି ହେଲା କଟକଣା !