ଆଇଏଏସ୍‌ ସ୍ତରରେ ଅଦଳବଦଳ: ମୟୁରଭଞ୍ଜ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ହେଲେ ବଲାଙ୍ଗୀର ଜିଲ୍ଲାପାଳ


(୦୯/୯) ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରି କେତେ ଜଣଙ୍କୁ ପଦୋନ୍ନତି ମଧ୍ୟ ଦେଇଥିବା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ସୂଚନା ଦେଇଛି । ୨୦୦୭ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ପଦବୀକୁ ବଦଳି କରିଥିବାବେଳେ ତାଙ୍କ ସ୍ଥାନରେ ବ୍ରହ୍ମପୁର ମୁନିସିପାଲ କମିସନର ଚକ୍ରବର୍ତ୍ତୀ ସିଂ ରାଥୋଡ୍‌ଙ୍‌କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି । ସେହିପରି ୨୦୧୧ ବ୍ୟାଚର ଆଇଏଏସ୍ ତଥା ବଲାଙ୍ଗୀର ଜିଲ୍ଲାପାଳ ଥିବା ଅରିନ୍ଦମ ଡାକୁଆଙ୍କୁ ସରକାର ପଞ୍ଚାୟତି ରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦେଇଥିବାବେଳେ ତାଙ୍କ ସ୍ଥାନରେ ମୟୁରଭଞ୍ଜ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣାଙ୍କୁ ବଦଳି ହୋଇଛି । ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳ ସମ୍ପଦ ବିଭାଗର ଡେପୁଟି ସେକ୍ରେଟେରୀ ଭାବେ ବଦଳି କରିଥିବାବେଳେ ମୟୁରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ନୂଆପଡ଼ା ଜି୍‌ଲ୍ଲାପାଳ ଭାବେ ବଦଳି ହୋଇଛି । ଗଞ୍ଜାମର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦତ୍ତାତ୍ରେୟ ଭୌସାହେବ ସିନ୍ଦେଙ୍କୁ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ଗୁଣପୁର ଉପ-ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାରଙ୍କୁ ବ୍ରହ୍ମପୁର ମୁନିସିପାଲ କମିସନର ଭାବେ ବଦଳି ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କିତ୍ତୀ ଭାସନଙ୍କୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭାବେ ବଦଳି ହୋଇଛି ଓ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଆଇଏଏସ୍ ଜେ ସୋନାଲଙ୍କୁ ଗୁଣୁପୁର ଉପ-ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଇଏଏସ୍‌ ସ୍ତରରେ ଅଦଳବଦଳ: ମୟୁରଭଞ୍ଜ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ହେଲେ ବଲାଙ୍ଗୀର ଜିଲ୍ଲାପାଳ