ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବର୍ତ୍ତମାନ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ଯେ, ଓଡ଼ିଶା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ ରେ ପଞ୍ଜିକୃତ ମଲ୍ ବ୍ୟତୀତ ସମସ୍ତ ଦୋକାନ ଓ ମାର୍କେଟ କମ୍ଲେକ୍ସରେ କାମ କରୁଥିବା କର୍ମଚାରୀ ଭିତରୁ କେବଳ ୫୦ ଭାଗ କର୍ମଚାରୀଙ୍କୁ ନେଇ ଆପଣା ବ୍ୟବସାୟିକ ପ୍ରତିଷ୍ଠାନ ଚଲେଇ ପାରିବେ । ତା ବାହାରେ ମୁହଁରେ ମାସ୍କ ପିନ୍ଧିବା ଓ ଆବଶ୍ୟକୀୟ ସାମାଜିକ ଦୂରତ୍ୱରେ ରହିବା ବାଧ୍ୟତାମୂଳକ । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ କେଉଁ ଅଞ୍ଚଳରେ କି ଦୋକାନବଜାର ଖୋଲିବ, ତାହା ସେମାନେ ନିଷ୍ପତ୍ତି ନେବେ ବୋଲି ଏଥିରେ ଦର୍ଶାଯାଇଛି ।
ଦୋକାନ ଖୋଲିବା ନେଇ ସରକାରଙ୍କ ବିଜ୍ଞପ୍ତି
