ଜିଲ୍ଲାପାଳ ଓ ଏସ୍‌ପିଙ୍କ ଘର ମରାମତି ବାବଦରେ ୨.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଲୋକେ କଲେ ନାପସନ୍ଦ !


(୨୧/୧୧) ଗରିବ ଲୋକଟିଏ ଘର ଖଣ୍ଡିଏ ପାଇବାକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ଯାଉଥିବାବେଳେ ରାଜ୍ୟରେ ଥିବା ଜିଲ୍ଲାପାଳ ଓ ଏସ୍‌ପିମାନେ ତାଙ୍କ ବାସଗୃହ ଓ ସରକାରୀ ଅଫିସ୍ ମରାମତି କରିବାକୁ ଲକ୍ଷଲକ୍ଷ ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରୁଥିବା ସୂଚନା ଅଧିକାର ବଳରେ ଜଣାପଡ଼ିଛି । ସୂଚନା ଅଧିକାରୀ ପ୍ରଦୀପ ପ୍ର୍‌ଧାନଙ୍କ ସୂଚନାନୁଯାୟୀ, ଗତ ୫ ବର୍ଷ ଭିତରେ ରାଜ୍ୟରେ ଏ ନେଇ ୧ କୋଟି ୨୫ ଲକ୍ଷ ଟଙ୍କା ଜିଲ୍ଲାପାଳମାନେ ଖର୍ଚ୍ଚ କରିଛନ୍ତି । ୨୦୧୪ ରୁ ୨୦୧୯ ଯାଏଁ ମିଳିଥିବା ତଥ୍ୟ ଅନୁଯାୟୀ କେବଳ ଜିଲ୍ଲାପାଳମାନେ ନିଜ ବାସଗୃହ ମରାମତି ବାବଦରେ ୪୨,୨୧,୮୫୫ ଟଙ୍କା ଖର୍ଚ୍ଚ କରିଥିବାବେଳେ ସେମାନଙ୍କ ସରକାରୀ ଅଫିସ ମରାମତି ପାଇଁ ୮୧,୯୩,୭୬୪ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଜିଲ୍ଲାପାଳମାନଙ୍କ ତୁଳନାରେ ଏସ୍‌ପିମାନଙ୍କ ଘର ଓ ଅଫିସ ମରାମତି କାମରେ କମ୍ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ୨୦୧୬-୧୭ ଆର୍ଥୀକ ବର୍ଷରେ ଏସପିମାନଙ୍କ ଘର ଓ ଅଫିସ ମରାମତି କାମରେ ଆଦୌ କୌଣସି ଅର୍ଥ ଖର୍ଚ୍ଚ ହୋଇ ନଥିବାବେଳେ ବାକି ଚାରି ବର୍ଷରେ ୧୮,୭୪,୯୪୫ ପରିମାଣର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୧୫-୨୦୧୭ ଅର୍ଥାତ ଦୁଇ ବର୍ଷ ଯାଏଁ ସେମାନଙ୍କ ମରାମତି ବାବଦରେ ଟଙ୍କାଟିଏ ଖର୍ଚ୍ଚ ହୋଇ ନଥିବାବେଳେ ବାକି ୩ ବର୍ଷ ମଧ୍ୟରେ ୬୨,୮୬,୬୨୯ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ଏହିପରି ଭାବେ ସେମାନଙ୍କ ଘର ମରାମତି ବାବଦରେ ସର୍ବମୋଟ ୨,୦୫,୭୧୯୩ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଯେଉଁ ରାଜ୍ୟର ଲୋକେ ଖାଇବାକୁ ମୁଠାଏ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ସେହି ରାଜ୍ୟର ଜିଲ୍ଲାପାଳମାନେ ନିଜର ବିଳାସବ୍ୟସନ ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥିବାରୁ ଏହାକୁ ଲୋକେ ନାପସନ୍ଦ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଜିଲ୍ଲାପାଳ ଓ ଏସ୍‌ପିଙ୍କ ଘର ମରାମତି ବାବଦରେ ୨.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଲୋକେ କଲେ ନାପସନ୍ଦ !