ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’ ଏବଂ କିଣ୍ଡର ପୋଷ୍ଟ ଜିଗେଲସ୍ ନେଦରଲାଣ୍ଡ ଓ ବଲାଙ୍ଗୀର ଅଭିଭାବକ ସଂଘର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକର ଗୁଡ଼ଭେଲା ପଂଚାୟତର ଆମଗାଁ, ଦୁଲ୍ଲିକୁନା,ଗୁନିମୁୁଣ୍ଡା, ଡୁଙ୍ଗିବାହାଲ, ହେର୍ଣ୍ଣାପାଲି ଓ ଗୁଡ଼ଭେଲା ଗ୍ରାମର ୩୬ ଟି ଅସହାୟ ପରିବାରଙ୍କୁ ଆଳୁ, ପିଆଜ, ଅଟା, ଡାଲି, ତେଲ ଲୁଣ, ଚିନି, ସାବୁନ, ଡିଟରଜେଣ୍ଟପାଉଡର ଆଦି ପ୍ରଦାନ କରାଯାଇଥିବା ଖବର ହସ୍ତଗତ ହୋଇଛି । ଏହି ରିଲିଫ୍ ବଣ୍ଟନ କାମରେ ‘ରେଆର୍’ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ସା, କାର୍ଯ୍ୟକ୍ରମ ସହଯୋଗୀ ହେମାଙ୍ଗିନୀ ବାଗ, ଦୟାନିଧି ରଣା, ରୋହିତାସ୍ୱ ପଣ୍ଡା ଓ ଗୁଞ୍ଜନ ଭୋଇ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିିଚାଳନା କରିଥିଲେ ।
ବଲାଙ୍ଗୀର ଜିଲ୍ଲାରେ ‘ରେଆର୍’ଏନଜିଓ ର ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ
