ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’ ଓ ‘ବଲାଙ୍ଗୀର ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘ’ ଆନୁକୂଲ୍ୟରେ ଗୁଡ଼ଭେଲା ବ୍ଲକର ଗମ୍ଭାରିଗୁଡ଼ା, ଜାମୁଟ, ବିରାମୁଣ୍ଡା, ଘୁନା, ଗୁଡ଼ଭେଲା, ଦେଉଲଗୁଡ଼ି ଏବଂ ତେନ୍ତୁଳିଖୁଣ୍ଟି ଗ୍ରାମ ପଂଚାୟରେ ମାନସିକ ଅନଗ୍ରସର, ମସ୍ତିଷ୍କ ପକ୍ଷାଘାତ ଏବଂ ବୋଦ୍ଧିକ ଅକ୍ଷମତା ଥିବା ଭିନ୍ନକ୍ଷମ ତଥା ତାଙ୍କ ପରିବାରକୁ ରିଲିଫ୍ ବଣ୍ଟନ କରାଯାଇଛି । ଏଥିରେ ଚାଉଳ, ଅଟା, ଡାଲି, ଲୁଣ, ଚୁଡ଼ା, ବିସ୍କୁଟ, ଡିଟରଜେଣ୍ଟ ପାଉଡର ଓ ସାବୁନ ପ୍ରାୟ ୬୦ ଟି ପରିବାରକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ‘ରେଆର୍’ ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ସା, ସାଧନକର୍ମୀ ଦୟାନିଧି ରଣା, ରୀତା ଦୀପ, ରହିତସ୍ୱ ପଣ୍ଡା, ହେମାଙ୍ଗିନି ବାଗ, ତୁଳସି ସାନ୍ତ, ଗଜପତି ରଣା, ଚିନ୍ତାମଣୀ ଭୋଇ, ରାମଚନ୍ଦ୍ର ରଣା ଏବଂ ଉଦ୍ଧବ ବାଗ ପ୍ରମୁଖ ସହଯୋଗ କରିଥିଲେ ।
ସ୍ୱେଚ୍ଛାସେବୀ ସଂସ୍ଥା ‘ରେଆର୍’ ପକ୍ଷରୁ ଭିନ୍ନକ୍ଷମଙ୍କ ନିମନ୍ତେ ରିଲିଫ ବଣ୍ଟନ
