ବଲାଙ୍ଗୀର ଜିଲ୍ଲାପାଳଙ୍କ ଗାଡ଼ିରେ ନାଲିବତୀ : ଭିଆଇପି ସଂସ୍କୃତିରେ ସରକାର ଲଗାମ୍ ଦେବାରେ ଅସୁବିଧା ହେବ ନାହିଁ ତ !


(୨୯/୯) ୨୦୧୩ ରେ ସୁପ୍ରିମକୋର୍ଟ କହିଥିଲେ ଯେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ବରିଷ୍ଠ ବିଚାରପତି ଓ କେତେକ ସରକାରୀ ଅଧିକାରୀ ନାଲିବତୀ ବ୍ୟବହାର କରିପାରିବେ । କିନ୍ତୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଏକ ଭିଆଇପି ସଂସ୍କୃତି ବୋଲି କହି ନାଲିବତୀ ବ୍ୟବହାର କରିବାରେ ଅନେକ ପରିବର୍ତ୍ତନ ଆଣିଥିଲେ । ୨୦୧୭ ମସିହା ମେ ୧ ତାରିଖରୁ କେହି ବି ନିଜ ବାହନରେ ନାଲିବତୀ ଲଗାଇ ପାରିବେ ନାହିଁ, କେବଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହା ବ୍ୟବହାର କରିପାରିବେ ବୋଲି ସରକାର ଆଇନ କରିଛନ୍ତି । ଏହାକୁ ଲାଗୁ କରିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଲିବତୀ ବ୍ୟବହାର କରିବା ବନ୍ଦ କରି ଦେଇଥିଲେ । ନୂଆ ଆଇନ ହିସାବରେ କେବଳ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ପୋଲିସ ଗାଡ଼ିରେ ନାଲିବତୀ ଲାଗି ପାରିବ । ତେବେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣାଙ୍କ ସରକାରୀ ଗାଡ଼ିରେ ନାଲିବତୀ ଲାଗିଥିବା ଦେଖିବାକୁ ମିଳିଛି । ସେ ଆଜି ପାଟଣାଗଡ଼ ବ୍ଲକର ସିଂହିଯୁବା ଗ୍ରାମ ପଂଚାୟତରେ ଥିବା ହାଇସ୍କୁଲକୁ କୌଣସି କାର୍ଯ୍ୟରେ ଯାଇଥିବାବେଳେ ତାଙ୍କ ଗାଡ଼ିରେ ନାଲିବତୀ ଲାଗିଥିବା ଦେଖିବାକୁ ମିଳିଥିଲା । ବତର୍ତ୍ତମାନ କରୋନା ପରିଚାଳନାରେ ଯେପରି ଜିଲ୍ଲାପାଳମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସରକାର ସେମାନଙ୍କୁ ନାଲିବତୀ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ବୋଲି କେତେକ କହିଛନ୍ତି । ନାଲିବତୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୯ ଏପ୍ରିଲ ୨୦୧୭ ର ଏକ ଟ୍ୱିଟ ଦେଖିବାକୁ ମିଳେ, ଯେଉଁଥିରେ ସେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-‘ପ୍ରତ୍ୟେକ ଭାରତୀୟ ସ୍ୱତନ୍ତ୍ର । ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଭିଆଇପି ।’ ତେବେ ସରକାର ଭିଆଇପି ସଂସ୍କୃତିକୁ ଲଗାମ୍ ଦେବା ପାଇଁ ନାଲିବତୀ ବ୍ୟବହାର କରିବାକୁ ନିଷିଦ୍ଧ କରିଥିବାବେଳେ ଜିଲ୍ଲାପାଳମାନେଏହା ପୁଣି ନିଜ ଗାଡ଼ିରେ ଲଗାଇବା ଦ୍ୱାରା ସେହି ସଂସ୍କୃତି ପୁଣି ଫେରି ଆସିବନି ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବଲାଙ୍ଗୀର ଜିଲ୍ଲାପାଳଙ୍କ ଗାଡ଼ିରେ ନାଲିବତୀ : ଭିଆଇପି ସଂସ୍କୃତିରେ ସରକାର ଲଗାମ୍ ଦେବାରେ ଅସୁବିଧା ହେବ ନାହିଁ ତ !