(୦୯/୧୦) କ୍ରିକେଟ ପାଇଁ ଦେଶରେ ଲୋକେ କ’ଣ ଯେ ନ ହୁଅନ୍ତି ଏହା ପାକିସ୍ତାନ ଓ ଭାରତ ମଧ୍ୟରେ ହେଉଥିବା ମ୍ୟାଚ ଦେଖିଲେ ଜଣାପଡ଼େ । କିନ୍ତୁ ଲୋକେ ଏତେ ଯେ ଉତ୍ତ୍ୟକ୍ତ ହୋଇଯିବେ ଓ ଖେଳାଳୀଙ୍କ କୋମଳମତି ଶିଶୁକୁ ବି ଧମକ୍ ଦେବେ, ଏହା କଦାପି ଗ୍ରହଣୀୟ ନୁହେଁ । ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର ମଧ୍ୟରେ ହୋଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ହାରି ଯାଇଥିଲା । ୧୬୮ ରନ୍ରେ ପହଂଚି ପାରି ନଥିବାରୁ ଲୋକେ ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବଙ୍କ ପ୍ରତି ସୋସିଏଲ୍ ମିଡିଆରେ ଖୁବ ଆକ୍ଷେପ କରିଥିଲେ । ନିଜର ପ୍ରିୟ ଟିମ୍ ବା ଖେଳାଳିଠୁ ଯଦି ଭଲ ପ୍ରଦର୍ଶନ ଦେଖିବାକୁ ମିଳିଲାନି, ତେବେ ଅନେକ ସମୟରେ ପ୍ରଶଂସକମାନେ ସୋସିଏଲ ମିଡିଆ ମାଧ୍ୟମରେ ଖେଳାଳୀଙ୍କ ବାନ୍ଧବୀ ଓ ସ୍ତ୍ରୀଙ୍କୁ ବି ଆକ୍ଷେପ କରିବାକୁ ଛାଡ଼ନ୍ତିନି । ଏମିତିରେ ଧୋନୀଙ୍କ ୫ ବର୍ଷର ଝିଅଙ୍କୁ ମଧ୍ୟ କେହି ଦୁଷ୍କର୍ମ କରିବାକୁ ଧମକ୍ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଆଇପିଏଲ୍ ମ୍ୟାଚରେ ହାରିବା ଯୋଗୁଁ ଧୋନୀଙ୍କ ୫ ବର୍ଷର ଝିଅଙ୍କୁ ବି ମିଳିଲା ଦୁଷ୍କର୍ମ ଧମକ୍ !
