କରୋନା ଯୋଗୁଁ ଅଯୋଧ୍ୟା ରାମ ମନ୍ଦିର ପୂଜାରୀ କ୍ୱାରେଣ୍ଟାଇନରେ !


(୩୧/୭) ଅଗଷ୍ଟ ୫ ତାରିଖର ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଏଠିକାର ଜଣେ ପୂଜାରୀ ଓ ସେଠାରେ କାର୍ଯ୍ୟରତ ୧୬ ଜଣ ଜବାନ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏଠିକାର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ ପ୍ରଦୀପ ଦାସ ନାମକ ଜଣେ ପୂଜାରୀ ସେ ପୂଜା କାର୍ଯ୍ୟ କରୁଥିଲେ । ସେମାନେ ସମସ୍ତେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି ଓ ରାମ ଜନ୍ମଭୂମୀ ପରିସରକୁ ସାନିଟାଇଜ କରାଯାଇଥିବା ଜଣାଯାଇଛି । ମୁଖ୍ୟ ପୂଜାରୀଙ୍କ ସମେତ ସେଠାରେ ୪ ଜଣ ପୂଜାରୀ ଅଛନ୍ତି ଓ କୌଣସି ଚିନ୍ତା କରିବାର କାରଣ ନାହି ବୋଲି ରାମ ଜନ୍ମଭୂମୀ ଶିଳାନ୍ୟାସ ଟ୍ରଷ୍ଟର ଜଣେ ପଦାଧିକାରୀ କହିଛନ୍ତି । ତେବେ ଏହା ଶିଳାନ୍ୟାସ ଉତ୍ସବ ପାଇଁ କଣ ଆଗଆ ସତର୍କ ଘଣ୍ଟି ନୁହେଁ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ଯୋଗୁଁ ଅଯୋଧ୍ୟା ରାମ ମନ୍ଦିର ପୂଜାରୀ କ୍ୱାରେଣ୍ଟାଇନରେ !