ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଘଟଣାରେ କାଠଗଡ଼ାରେ ସୁପ୍ରିମକୋର୍ଟ୍‌, ପୁଣି ଗିରଫ କରିପାରେ ପୋଲିସ୍ !


(୧୨/୧୧) ନିଜ ଷ୍ଟୁଡିଓର କାମ କରି ଇଣ୍ଟରିଅର୍ ଡିଜାଇନର ଅନ୍ୱେୟ ନାଏକଙ୍କ ୫ କୋଟି ୮୦ ଲକ୍ଷ ଟଙ୍କା ନ ଦେବାରୁ ଉଭୟ ମା-ପୁଅ ଚିନ୍ତାରେ ଆତ୍ମହତ୍ୟା କରିଥିଲେ । ତେବେ ସ୍ୱର୍ଗତ ନାଏକ ନିଜ ସୁଇସାଇଡ୍ ନୋଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ଆଉ ଦୁଇ ଜଣଙ୍କ ନାମ ଏଥିରେ ଉଲ୍ଲେଖ କରିଥିଲେ । ଗତ ୨୦୧୮ ମେ ମାସର ଫାଇଲକୁ ମହାରାଷ୍ଟ୍ର ପୋଲିସ ପୁନର୍ବାର ଖୋଲି ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଗତ ୪ ତାରିଖ ଦିନ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଗିରଫ କରିଥିଲା । ନିଜ ଜାମିନ ଆବେଦନ ମୁମ୍ବେଇ ହାଇକୋର୍ଟ ଖାରଜ କରିବା ପରେ ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜରୁ କରିଛନ୍ତି । ତେବେ ଯେଉଁ କାରଣ ଦର୍ଶାଇ କୋର୍ଟ ଏହି ଜାମିନ ମଞ୍ଜୁର କରିଛନ୍ତି, ତାହାକୁ ନେଇ ଏବେ ଲୋକେ ‌ପ୍ରତିବାଦ କରିଛନ୍ତି । କୋର୍ଟ ଦର୍ଶାଇଛନ୍ତି ଯେ, ବ୍ୟକ୍ତିଗତ ସ୍ୱାଧୀନତା ଜଣେ ନାଗରୀକର ଅଧିକାର । ଯଦି ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଡିଭିର କାର୍ଯ୍ୟକ୍ରମ ଦେଖିବାକୁ ଭଲ ଲାଗୁ ନାହିଁ, ତେବେ ସେହି କାର୍ଯ୍ୟକ୍ରମ ଦେଖନ୍ତୁ ନାହିଁ । ତାହା ବୋଲି ତାଙ୍କୁ ଗିରଫ କରାଯିବା କଣ ଉଚିତ୍ କି ବୋଲି ସୁପ୍ରମିକୋର୍ଟର ମାନ୍ୟବର ବିଚାରପତି ଚନ୍ଦ୍ରଚୁଡ଼ ମହାରାଷ୍ଟ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଏହି ନ୍ୟାୟରେ ଯଦି ମାତ୍ର ସାତ ଦିନ ଭିତରେ ୩୦୬ ଦଫାରେ ଗିରଫ ଜଣେ ଧର୍ତ୍ତବ୍ୟ ଅପରାଧୀକୁ ଦେଶର ଶୀର୍ଷ ଅଦାଲତ ଜାମିନ ମଞ୍ଜୁର କରୁଛନ୍ତି, ତେବେ ସେହି ସମାନ ନ୍ୟାୟରେ ଜେଲରେ ମାସ ମାସ ଧରି ରହି ସାରିଥିବା ସୁଧା ଭରଦ୍ୱାଜ, ବର୍ବରା ରାଓ, ବର୍ଣ୍ଣନ ଗୋଁସାଲଭେ, ଆନନ୍ଦ ତେଲତୁମଡେ, ଗୌତମ ନାଭଲଖା, ଉମର ଖାଲିଦ୍ ଓ ମାସେ ତଳେ ଗିରଫ ହୋଇଥିବା ମସ୍ତିଷ୍କ ରୋଗରେ ପୀଡ଼ିତ ୮୩ ବର୍ଷ ବୟସ୍କ ମାନବାଧୀକାର କର୍ମୀ ଷ୍ଟେନ୍ ସ୍ୱାମୀଙ୍କୁ କାହିଁକି ଜାମିନ ମଞ୍ଜୁର କରାଯାଇ ନାହିଁ ? ସେମାନଙ୍କର କଣ ବ୍ୟକ୍ତି ସ୍ୱାଧୀନତା ଅଧୀକାର ନାହିଁ ବୋଲି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମେହେବୁବାଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ପ୍ରଶ୍ନ କରିଛନ୍ତି । ତେବେ ଯଦି ବର୍ବରା ରାଓଙ୍କ କବିତା କି ଉମର ଖାଲିଦ ଓ ଶର୍ଜିଲଙ୍କ ଭାଷଣ ପସନ୍ଦ ନାହିଁ, ତେବେ ତାହା ଶୁଣନ୍ତୁ ନାହିଁ । ସୁଧା ଭରଦ୍ୱାଜ କି ଷ୍ଟେନ୍ ସ୍ୱାମୀଙ୍କ ବିଚାର ପସନ୍ଦ ନାହିଁ, ତେବେ ତାହା ଜାଣିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ ଦେବା ପରେ ସେ ଏକ ଧର୍ତ୍ତବ୍ୟ ଅପରାଧରେ ଅଭିଯୁକ୍ତ ହୋଇଥିଲେ ବି ଯେଭଳି ଏକ ବିଜୟୀ ଯୋଦ୍ଧା ଭାବେ ଏକ ରୋଡ଼୍ ସୋରେ ଯାଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ମୂଳକ ମନ୍ତବ୍ୟ ଦେଇଛନ୍ତି, ତାହା ଦେଶର ନ୍ୟାୟ ବ୍ୟବସ୍ଥା ପ୍ରତି ବିପଦଜ୍ଜନକ । ଜାଣି ରଖିବାକୁ ହେବ ଯେ, ସୁପ୍ରିମକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି, କିନ୍ତୁ ତାଙ୍କୁ ନିର୍ଦ୍ଦୋଶ ବୋଲି ଏଯାଏଁ ଘୋଷଣା କରି ନାହାନ୍ତି । ଯଦି ଅଭିଯୁକ୍ତମାନେ ଜାମିନ ପାଇଲା ପରେ ଏପରି ରୋଡ଼୍ ସୋରେ ଘରକୁ ଫେରିବେ, ତେବେ ନ୍ୟାୟ ବ୍ୟବସ୍ଥାର ଇଜ୍ଜତ କଣ ପଦାରେ ପଡ଼ିବନି ? ତେବେ ଗିରଫ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅର୍ଣ୍ଣବ ଗୋସ୍ୱାମୀ ଦୁର୍ବ୍ୟବହାର ଦେଖାଇ ଥିବାରୁ ସେହି ଏଫଆଇଆର୍ ମାମଲାରେ କିଛି ଦିନ ଭିତରେ ପୁଣି ସେ ଗିରଫ ହୋଇ ପାରନ୍ତି ବୋଲି ଆଶଙ୍କା ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଘଟଣାରେ କାଠଗଡ଼ାରେ ସୁପ୍ରିମକୋର୍ଟ୍‌, ପୁଣି ଗିରଫ କରିପାରେ ପୋଲିସ୍ !