‘ରାଏମନ୍ ଫାଉଣ୍ଡେସନ’ ତରଫରୁ ସର୍ବହରା ହୋଇଥିବା ପକ୍ଷାଘାତ ରୋଗୀକୁ ଆର୍ଥିକ ସହାୟତା ପ୍ରଦାନ।

(୨୫/୯) କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନ୍ୟକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ସସ୍ମିତା ମହାନନ୍ଦ ନାମକ ଜଣେ ୩୦ ବର୍ଷ ବୟସ୍କ ମହିଳା ଅସହାୟ ଅବସ୍ଥା ଦେଇ ଗତି କରୁଥିବା ଜାଣିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁର କବିରାଜ ମହାନନ୍ଦଙ୍କ ସ୍ତ୍ରୀ ସସ୍ମିତା ମହାନନ୍ଦ(୩୦) ପକ୍ଷାଘାତ ରୋଗରେ ଆକ୍ରାନ୍ତ । ଗରିବ ପରିବାର ତିନି ମାସ ହେଲା ଧାର କରଜ କରି ବୁର୍ଲା ନେଇ ଚିକିତ୍ସା କରୁଥିଲେ କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଭଲ ହେଲା ନାହିଁ, ପଇସାପତ୍ର ମଧ୍ୟ ସରିଗଲା । ଡାକ୍ତର କହିଲେ, ବଡ ହସ୍ପିଟାଲ ଯାଇ ଉଚ୍ଚ ଚିକିତ୍ସା କରିବା ପାଇଁ, ହେଲେ ତାଙ୍କ ପାଖରେ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ଅଭାବ । ଗରିବ ଲୋକ, କୁଆଡ଼ୁ ପାଇବେ ଏତେ ପଇସା ।ତେଣୁ ସେମାନେ ଅସହାୟଙ୍କ ପାଇଁ ହାତ ବଢାଉଥିବା ‘ରାଏମନ୍ ଫାଉଣ୍ଡେସନ’ ସଭାପତି ତଥା ପଶ୍ଚିମ ଓଡିଶାର ଟାଣୁଆ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ଙ୍କୁ ଯୋଗାଯୋଗ କରିଥିଲେ ଓ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ଏହି ସମସ୍ୟା ଜାଣିବା ପରେ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆବଶ୍ୟକସ୍ଥଳେ ପରବର୍ତ୍ତୀ ଚିକିତ୍ସା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା ସଂଗଠନ ପକ୍ଷରୁ ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ରାଏମନ୍ ଫାଉଣ୍ଡେସନ’ ତରଫରୁ ସର୍ବହରା ହୋଇଥିବା ପକ୍ଷାଘାତ ରୋଗୀକୁ ଆର୍ଥିକ ସହାୟତା ପ୍ରଦାନ।