(୦୨/୧୦) କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ବ୍ଳକ ଝରିଆଳ ପଞ୍ଚାୟତ ବୁଢୀପଦର ଗାଁର ପ୍ରେମଚନ୍ଦ୍ର ମୁଗ୍ରୀ ଜଣେ ଗରୀବ ଦିନ ମଜୁରୀଆ ବର୍ତ୍ତମାନ କରୋନା ମାହାମାରୀର ଏହି ଘଡିସନ୍ଧି ମୁହୁର୍ତ୍ତରେ ତାଙ୍କ ଆର୍ଥୀକ ଅବସ୍ଥା ଠିକ୍ ନାହିଁ । ତାଙ୍କ ଝିଅ କୁମାରୀ ପ୍ରତିମା ମୁଗ୍ରୀ ଏହି ବର୍ଷ ଦଶମ ଶ୍ରେଣୀ ପାସ୍ କରିଛନ୍ତି । ଝିଅର ଆଗକୁ ପଢିବା ପାଇଁ ବହୁତ ଆଗ୍ରହ ଅଛି ହେଲେ କଲେଜରେ ନାମ ଲେଖାଇବା ପାଇଁ ଅର୍ଥର ଅଭାବ ।
ଏହି ସମସ୍ୟା ବିଷୟରେ ରାଏମନ୍ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏହି ସମସ୍ୟା ଜାଣିବା ପରେ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ଙ୍କ ଆଦେଶକ୍ରମେ ରାଏମନ୍ ଫାଉଣ୍ଡେସନ ବଙ୍ଗୋମୁଣ୍ଡା ଶାଖା ପ୍ରେମିସ ଚନ୍ଦ୍ର ବାଗ , ସୁଧାନସୁ ସିଂଦେଓ, ଆନନ୍ଦ ହରପାଲ , ପ୍ରଦୀପ ବାଗ, ଗଉରାଙ୍ଗ ମହାନନ୍ଦ, ପ୍ରମେଶ୍ବର ଜାନି ପ୍ରମୁଖ ଗାଁକୁ ଯାଇ ପରିବାରକୁ ଭେଟି ସହାୟତା ପ୍ରଦାନ କରିଛନ୍ତି । ଆଗକୁ ମଧ୍ୟ ଛାତ୍ରୀର ଶିକ୍ଷା ବ୍ୟବସ୍ଥା ଭିତରେ କୌଣସି ଅସୁବିଧା ହେଲେ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।
ଉଚ୍ଚଶିକ୍ଷା ପାଇଁ ଛାତ୍ରୀଙ୍କୁ ରାଏମନ୍ ଫାଉଣ୍ଡେସନର ସହାୟତା
