(୧୪/୮) ବଲାଙ୍ଗିର ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଥିବା ବିଭିନ୍ନ ଗୋଦାମ ଗୃହ ତଥା ଟ୍ରାନ୍ସପୋର୍ଟ ମାନଙ୍କ ଉପରେ ଚଢାଉ ଜାରି ରହିଛି । କଷ୍ଟମ ଏଣ୍ଡ ଗୁଡ୍ସ ପରିବହନ ବିଭାଗର ଏକ ସ୍ୱତନ୍ତ୍ର ଦଳ କଂଟାବାଞ୍ଜି ର ରୁବି ଟ୍ରାନଷ୍ଟପୋର୍ଟ, ବଜରଂଗ ବଳି ଟ୍ରାନଷ୍ଟପୋର୍ଟ, ଗ୍ରେଟ ଇଣ୍ଡିଆ ଟ୍ରାଷ୍ଟପୋର୍ଟ ଗୋଦାମ ଉପରେ ଚଢାଉ କରିଥିଲେ । ଅଧିକାରୀମାନେ ଟ୍ରାଷ୍ଟପୋର୍ଟ ଗାଡିରେ ଥିବା କାଗଜ ପତ୍ର ଯାଂଚ କରିବା ସହ ୱେ ବିଲ୍, ଇନ ଭଏସ ସବୁ ଯାଂଚ କରିଥିଲେ ।ଦୀର୍ଘ ଦିନ ଧରି ଜିଏସଟି ଫାଂକି ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତେବେ ଚଢାଉରେ ଥିବା ବାଣିଜ୍ୟ କର ଡେପୁଟି କମିସନର୍ ଫକିର ମୋହନ ସତପଥିଙ୍କୁ ପଚାରିବାରୁ ସହରରେ ଥିବା ବିଭିନ୍ନ ଟ୍ରାନ୍ସପୋର୍ଟର ଗୋଦାମ ଉପରେ ଚଢାଉ ହେଇଥିବା ସେମାନେ କାଗଜ ପତ୍ର ଠିକ ରଖିଛନ୍ତି ନା ନାହିଁ ତାହା ଦେଖାଯାଇଛି | ଜିଲ୍ଲା ଜି ଏସ ଟି ଅଧିକାରୀ ଆଶିଷ ସାହୁଙ୍କ କହିବା ଅନୁଯାୟୀ ଏଭଳି ଚଢାଉ ବିଭିନ୍ନ ସମୟରେ ନିୟମିତ ରୂପେ କରାଯାଏ । ସହକାରୀ ଅଧିକାରୀ ମଧ୍ୟରେ ଲକ୍ଷ୍ୟରାମ ଶବର , କ୍ଷୀରୋଦ ମାଝୀ, ଭ୍ରମରବର ଭୋଇ ଏହି ଚଢ଼ାଉ ସମୟରେ ଉପସ୍ଥିତ ଥିଲେ । (ରିପୋର୍ଟ : ଏସ୍କେ ସମିମ୍)
ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଚଢାଉ ।
