(୩୦/୭) ଗତକାଲି ରାଫେଲ ଯୁଦ୍ଧ ବିମାନ ଦୀର୍ଘ ୭୦୦୦ କିଲୋମିଟର ଯାତ୍ରା କରି ଫ୍ରାନ୍ସରୁ ଭାରତର ହରିଆଣାସ୍ଥିତ ଅମ୍ବାଲା ବିମାନ ଘାଟିଠାରେ ଓହ୍ଲାଇ ଥିଲା । ଭାରତୀୟ ବିମାନ ବାହିନୀର କମାଣ୍ଡିଙ୍ଗ ଅଫିସର କ୍ୟାପଟେନ ହରକିରତ ସିଂହଙ୍କ ନେତୃତ୍ୱରେ ସାତ ଜଣ ବିମାନ ଚାଳକ ଏହାକୁ ଆଣିବାରେ ସଫଳ ହୋଇଥିଲେ । ତେବେ ଏହା ଭାରତ ମାଟିରେ ଓହ୍ଲାଇବା ପରେ ଏହାକୁ ନେଇ ପୁଣି ବିତର୍କ ତେଜି ଉଠିଛି । ବିରୋଧି ଦଳ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କଠୁ ପୁଣି ସେହି ଜବାବ୍ ମଗାଯାଇଛି । କଂଗ୍ରେସ ଶାସନ କାଳରେ ଗୋଟିଏ ରାଫେଲ ଯୁଦ୍ଧ ବିମାନ ପିଛା ୫୨୬ କୋଟି ଟଙ୍କାରେ ଚୁକ୍ତି ହୋଇଥିବାବେଳେ ମୋଦି ସରକାର ତିନି ଗୁଣରୁ ଅଧିକ ୧୬୭୦ କୋଟି ଟଙ୍କାରେ କାହିଁକି କ୍ରୟ କଲେ? ପୂର୍ବରୁ ୧୨୬ ରାଫେଲ ଆଣିବାକୁ କଂଗ୍ରେସ ଚୁକ୍ତି କରିଥିଲେ ବି ସରକାର କେଉଁ ସ୍ୱାର୍ଥ ପାଇଁ କେବଳ ୩୬ ଟି ବିମାନ ପାଇଁ ଚୁକ୍ତି କଲେ? ଏପରିକି ସରକାରଙ୍କ ନିଜସ୍ୱ ବିମାନ କମ୍ପାନୀ ‘ହାଲ୍’ ଜରିଆରେ କୌଣସି ଚୁକ୍ିତ ନ କରି ଜଣେ ବ୍ୟାଙ୍କ ଋଣ ଖିଲାପକାରୀ ଅନିଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କାର ସଉଦା କରିବାକୁ କାହିିଁକି ଦେଲେ? ଏସବୁର ଉତ୍ତର ସରକାରର ଦେଉ ନଥିବାରୁ ସେଥିପାଇଁ ଏଥିରେ ଏକ ମହାଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ପୁଣି ଅଭିଯୋଗ ଉଠିଛି ବୋଲି ବିରୋଧି ଦଳମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ବହୁ ଚର୍ଚ୍ଚିତ ଏହି ରାଫେଲ୍ ବିମାନ ଓହ୍ଲାଇ ଥିବା ଅମ୍ବାଲାର ବିମାନ ଘାଟି ବି ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଅମଳରେ ସ୍ଥାପିତ ହୋଇଥିବା ସୋସିଏଲ୍ ମିଡିଆରେ ଚର୍ଚ୍ଚା ହେଉଛି ।
ରାଫେଲ୍ ଚର୍ଚ୍ଚା : ‘ହାଲ’ ବଦଳରେ ଅମ୍ବାନୀଙ୍କୁ କାହିଁକି ଠିକା ଦିଆଗଲା ?
