ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସୋସିଏଲ ମିଡିଆରେ ପ୍ରଶ୍ନବାଚୀ


(୨୭/୮) ଆଜି ରାଜ୍ୟମାନଙ୍କର ରାଜସ୍ୱରେ ଊଣା ହୋଇଥିବା ଅର୍ଥକୁ ଭରଣା କରିବା ସମ୍ପର୍କରେ ଜିଏସଟି ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଚଳିତ ଆର୍ଥୀକ ବର୍ଷରେ ୨.୩୫ ଲକ୍ଷ କୋଟି ଟଙ୍କା ଆଦାୟ ହୋଇପାରି ନଥିବା ଅନୁମାନ କରାଯାଏ । ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ କହିଲେ ଯେ, ଦୈବୀୟ ବିପତ୍ତି କରୋନା ଯୋଗୁଁ ଜିଏସ୍‌ଟି ଆଦାୟ କରିବାରେ ବାଧା ସୃଷ୍ଟି ହୋଇଛି । ଏହି ବର୍ଷ ଆମେ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛୁ । ଆମେ ଏକ ଦୈବୀୟ ବିପତ୍ତିର ସାମ୍ନା କରୁଛୁ ଓ ହୁଏତ ଆମକୁ ଆର୍ଥୀକ ମାନ୍ଦାବସ୍ଥା ମଧ୍ୟ ଦେଖିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି । କିନ୍ତୁ ବିପତ୍ତିକୁ ସେ ଦୈବୀୟ ବିପତ୍ତି ବୋଲି କହିବା ପରେ ସେହି ବିବୃତ୍ତିକୁ ନେଇ ତାଙ୍କୁ ସୋସିଏଲ ମିଡିଆରେ ଲୋକେ ଖୁବ ଆକ୍ଷେପ କରି ତାଙ୍କର ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ପିଆଜ-ରସୁଣର ଦାମ ବଢ଼ିବା ଉପରେ ସେ କହିଥିଲେ ଯେ, ପିଆଜ-ରସୁଣ ତ ମୁଁ ଖାଏନି, ଏହାର ଦାମ ବଢ଼ିଲେ ବି ତାଙ୍କର କିଛି ଯାଏ ନାହିଁ । ତେବେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ଏକ କେନ୍ଦ୍ରୀୟ ମନ୍ତ୍ରୀ ହୋଇ ଏଭଳି ବିବୃତିମାନ ଦେବା ଲୋକଙ୍କୁ ଆଚମ୍ବିତ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସୋସିଏଲ ମିଡିଆରେ ପ୍ରଶ୍ନବାଚୀ