ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ବାହାରୁ ଆଣି ନିଜ ଅଂଚଳରେ ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନରେ ରଖୁଛନ୍ତି । କିନ୍ତୁ ଏହି କ୍ୱାରେଇଣ୍ଟାଇନ ସେହି ଅଂଚଳ ପାଇଁ ଅଭିଶାପ ପରି ଲୋକେ ମନେ କଲେଣି । ନିଜ ଗାଁ ମାନଙ୍କରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖୁ ଥିବାରୁ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିମାନେ ଗାଁଲୋକଙ୍କ ସହ ମିଳାମିଶା କରିବା ସେତିକି ଅସୁବିଧା ହେବ ନାହିଁ । ନିଜ ବନ୍ଧୁ-ସମ୍ପର୍କୀୟ ଲୋକ ହୋଇଥିବାରୁ ଲୁଚାଛପାରେ ମିଳାମିଶା କିଛି ବଡ଼ କଥା ନୁହେଁ ଆଉ ଏହାକୁ ଯଦି ଏବେଠୁ ନିୟନ୍ତ୍ରଣ କରା ନ ଯାଏ, ତେବେ ଓଡ଼ିଶା ଯେ ଗୁଜରାତ କି ମହାରାଷ୍ଟ୍ର ନ ହେବ ସେଇଟା କେହି କହି ପାରିବ ନାହିଁ । ଏଥିରୁ ବର୍ତ୍ତିବା ପାଇଁ ସରକାର ଯଦି ପ୍ରବାସୀ ଓଡ଼ିଆଙ୍କୁୁ ନିଜ ଅଂଚଳରେ ନ ରଖି ଅନ୍ୟ ଅଂଚଳରେ ରଖିବେ, ତେବେ ଏହି କ୍ୱାରେଣ୍ଟାଇନ୍ ଫଳପ୍ରଦ ହେବ, ନହେଲେ ଏହା ସେ ଅଂଚଳ ପାଇଁ କରୋନା ରୋଗକୁ ଡାକି ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଲୋକେ କହୁଛନ୍ତି । ଏହାକୁ ସରକାର ଗୁରୁତର ସହ ବିଚାର କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ୍ ପାଇଁ ନିଜ ଗାଁରେ ନ ରଖି ଅନ୍ୟ ସ୍ଥାନରେ ରଖିବାକୁ ସରକାରଙ୍କୁ ପରାମର୍ଶ

Quarantine sign or stamp on white background, vector illustration