ସରକାରରେ ଥିଲେ ସେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିଥାନ୍ତେ ବୋଲି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ !


(୦୯/୧୨) କୃଷି ବିଲ ବିରୋଧରେ ଗତକାଲି ‘ଭାରତବନ୍ଦ’ କୁ ଅଭୁତପୂର୍ବ ସଫଳତା ମିଳିଥିବାବେଳେ ବି କୃଷକମାନଙ୍କ ଦ୍ୱାରା ଆନ୍ଦୋଳନ ଜାରି ରହିଛି । ତେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ କେପଟେନ୍ ଅମରିନ୍ଦର ସିଂ କହଛନ୍ତି ଯେ, ‘ଭାରତ ବନ୍ଦ’ ସମୟରେ ସମଗ୍ର ଦେଶର କୃଷକମାନେ ଏକତା ଦେଖାଇଛନ୍ତି । ସେଥିପାଇଁ କେନ୍ଦ୍ର ସରକାର କୃଷକମାନଙ୍କ ଦାବିକୁ ମାନି ନେଇ ସେମାନଙ୍କ ସହ କଥାବାର୍ତ୍ତା କରି ତିନୋଟିଯାକ ଆଇନକୁ ରଦ୍ଦ କରୁ । ଦେଶର ସମସ୍ତ କୃଷକ ଏକଜୁଟ ହୋଇଥିବାବେଳେ କେନ୍ଦ୍ର ସରକାର କାହିିଁକି ଧ୍ୟାନ ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସେ ସରକାରରେ ଥାଆନ୍ତେ, ତେବେ ସେ ବିଳମ୍ବ ନ କରି କୃଷକମାନଙ୍କ ସହ କଥାବାର୍ତ୍ତା କରିଥାନ୍ତେ ଓ ନିଜ ଦୋଷତୃଟିକୁ ମାନି ନେଇ ତିନୋଟି ଆଇନକୁ ତୁରନ୍ତ ହଟାଇ ଦେଇଥାନ୍ତେ । ତେବେ ସେ ମଣ୍ଡି ବ୍ୟବସ୍ଥାକୁ ବଜାୟ ରଖିବାକୁ ସରକାରଙ୍କୁ ପୁଣି ଅନୁରୋଧ କରିଛନ୍ତି । କୃଷକମାନେ ମଣ୍ଡି ବ୍ୟବସ୍ଥା ବଜାୟ ରଖିବା ସପକ୍ଷରେ ଥିବାବେଳେ ସରକାର କାହିଁକି ତାହାକୁ ମାନୁ ନାହାନ୍ତି? ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଆଇନକୁ କୃଷକମାନେ ବୁଝିବା ସହ ସେମାନଙ୍କୁ ଭଲ ଫାଇଦା ହେଉଥିବା କଥା କହୁ ଥିବାରୁ ସେପରି ଆଇନକୁ ଉଚ୍ଛେଦ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସରକାରରେ ଥିଲେ ସେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିଥାନ୍ତେ ବୋଲି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ !