(୨୮/୭) କେବିକେର ସମଗ୍ର ୮ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ମାନଙ୍କରେ ମଞ୍ଜୁରୀ ପ୍ରାପ୍ତ ସମସ୍ତ ଡାକ୍ତର ପଦବୀ ପୂରଣ ଓ କରୋନା ସଂକ୍ରମଣ ସମୟରେ ଏହି ଜିଲ୍ଲା ମାନଙ୍କରୁ ଅନ୍ୟ ଜିଲ୍ଲାକୁ ଡେପୁଟେସନରେ ନିଆଯାଇଥିବା ଡାକ୍ତର ମାନଙ୍କୁ ଯଥାଶୀଘ୍ର ନିଜ ସ୍ଥାନକୁ ଫେରାଇ ଆଣିବା ଭଳି ଦୁଇ ଦଫା ଦାବି ନେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ପ୍ରତିବାଦ କରି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସବୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଯେଉଁଠି କମ ଡାକ୍ତରକୁ ନେଇ ସ୍ୱାସ୍ଥ୍ୟ ସେବା ଚାଲେ ସେଥି ମଧ୍ୟରୁ ବିଭିନ୍ନ ଜିଲ୍ଲାକୁ ଡାକ୍ତର ବଦଳି କରି ଆମ ସହିତ ନବୀନ ସରକାର ଖେଳୁଛନ୍ତି ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ। ଖୁବଶୀଘ୍ର ଦାବି ପୂରଣ ନ କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। (ରିପୋର୍ଟ-ବାବୁଲି ଗଣ୍ଡ)
କେବିକେ ଜିଲ୍ଲାରେ ଡାକ୍ତର ପଦବୀ ପୂରଣ କରିବାକୁ କଂଗ୍ରେସର ଦାବିପତ୍ର
