(୨୬/୯) ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପୁନଃ ନିଯୁକ୍ତି ଦାବି ନେଇ ଧାରଣାରେ ବସିଥିଲେ। ତେବେ ଉପ-ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପାଇ ଧାରଣା ପ୍ରତ୍ୟାହାର କରାଯାଇଥିବା ଜଣା ପଡ଼ିଛି । ରାଜ୍ୟ ସରକାର କୋଭିଡ-୧୯ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ୬ ଅଗଷ୍ଟ ରେ ନିଯୁକ୍ତି ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଦୁଇ ମାସ ନ ପୁରୁଣୁ ୧୬ ସେପ୍ଟେମ୍ବରରେ ବାହାର କରିଦେଲେ। ତେଣୁ ରାଜ୍ୟ ସରକାର ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିଯୁକ୍ତି ଦେଲେ କାହିଁକି ଆଉ ବାହାର କରି ଦେଲେ କାହିଁକି? ଏହାକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ପୁନଃ ନିଯୁକ୍ତି ଦାବି ନେଇ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଧାରଣରେ ବସିଥିଲେ। ଘଟଣା ସ୍ଥଳରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବହୁତ ବୁଝାସୁଝା କରିଥିଲେ କିନ୍ତୁ ଦାବି ଯେପର୍ଯ୍ୟନ୍ତ ପୁରଣ ନ ହେଇଛି ଆମେ ଧାରଣାରୁ ହଟିବୁ ନାହିଁ ବୋଲି ସେମାନେ ଜିଦ ଧରିଥିଲେ। ସେମିତି ଦିନସାରା ଭୋକ ଉପାସରେ ସ୍ୱାସ୍ଥ୍ୟ କର୍ମୀମାନେ ଧାରଣାରେ ରହିଥିବା ବେଳେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଉପ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ୭ ଦିନ ମଧ୍ୟରେ କାର୍ଯ୍ୟ କରିଥିବା ବକେୟା ଦରମା ଓ ପୁନଃ ନିଯୁକ୍ତି ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। (ରିପୋର୍ଟ-ବାବୁଲି ଗଣ୍ଡ)
ଉପ-ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା ପ୍ରତ୍ୟାହୃତ
