ପିଚୁ ରାସ୍ତା ପାଇଁ ହେଲା ଆନ୍ଦୋଳନ, ହେଲେ ମାଟି ପକାଇ କାମ ସାରି ଦେଲା ପ୍ରଶାସନ !


(୦୭/୧୦) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନସିଲେଟ ଗାଁରେ ଆଜିବି ନିର୍ମାଣ ହୋଇ ପାରୁ ନାହିଁ ପିଚୁ ରାସ୍ତା । ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରତିନିଧିଙ୍କଠୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କଲେ । ହେଲେ କାହାରି ନଜର ପଡ଼ିଲା ନାହିଁ ଗାଁ ଲୋକଙ୍କ ସମସ୍ୟା ପ୍ରତି । ନିର୍ବାଚନ ସମୟରେ ନେତାମାନେ ଗାଁ କୁ ଆସି ଲୋକଙ୍କୁ କଥା ଦେଇ ଥାଆନ୍ତି ଗାଁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ, ହେଲେ ନିର୍ବାଚନ ସରିଗଲେ ଭୁଲି ଯାଆନ୍ତି। ଗାଁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଆନ୍ଦୋଳନ ହୋଇଛି । ଗତ ଫେବୃଆରୀ ୧୪ ତାରିଖ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ ଯୁବ ସମାଜ ସେବୀ ରୋହନ କୁମାର ମହତ । ସେ କହିଥେଲେ, ସାତ ଦିନ ମଧ୍ୟରେ ପକ୍କା ରାସ୍ତା ନିର୍ମାଣ କରନ୍ତୁ ନଚେତ ସେ ଆମରଣ ଅନଶନରେ ବସିବେ । ପ୍ରଶାସନ ସାତ ଦିନ ମଧ୍ୟରେ କୌଣସି ପଦକ୍ଷେପ ନେଲା ନାହିଁ, ସେଥିପାଇଁ ସେ ୨୧ ତାରିଖ ଦିନ ଆମରଣ ଅନଶନରେ ବସିଲେ । ଯୁବ ସମାଜ ସେବୀ ରୋହନ କୁମାର ମହତଙ୍କ ଅନଶନକୁ ବହୁ ରାଜନେତା ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଲେ । ଅନଶନକାରୀ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ୍ ହୋଇ ଯାଇଥିଲା । ସେହି ସମୟରେ ଥିବା ତୁରେକେଲା ବ୍ଲକ ଅଧିକାରୀ ଓ ଟିଟିଲାଗଡ ଉପଜିଲ୍ଲାପାଳ ଆସି ଅନଶନକାରୀଙ୍କୁ ବୁଝାସୁଝା କରିଗାଁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଲେ। ସରକାରୀ ପଦାଧିକାରୀଙ୍କ କଥାକୁ ବିଶ୍ୱାସ କରି ୨୮ ତାରିଖ ଦିନ ସେ ଅନଶନ ପ୍ରତ୍ୟାହୃତ କଲେ । ସେହି ଦିନ ରାସ୍ତାରେ ମାଟି ପକାଇ ରାସ୍ତା ନିର୍ମାଣ କାମ ଆରମ୍ଭ କରି ବାସ୍ ସେତିକିରେ କାମ ସାରିଦେଲେ । ତେଣୁ ଗ୍ରାମବାସୀଙ୍କ ଅନୁରୋଧ ଯେ, ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଏହି ଗାଁକୁ ପରିଦର୍ଶନ କରି ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ୍ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏ ସମ୍ପର୍କରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମଧ୍ୟ ଟ୍ୱିଟ କରି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ପିଚୁ ରାସ୍ତା ପାଇଁ ହେଲା ଆନ୍ଦୋଳନ, ହେଲେ ମାଟି ପକାଇ କାମ ସାରି ଦେଲା ପ୍ରଶାସନ !