ସ୍ୱଚ୍ଛ ପାନୀୟ ଜଳ ପାଇଁ ନଳକୂପର ଉପଯୁକ୍ତ ବ୍ୟବସ୍ଥା କରିବାକୁ ସ୍ୱେଚ୍ଛାସେବୀଙ୍କ ଅନଶନ !


( ୧୨/୧୧)-ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ତଥାପି ଅନେକ ନଳକୂପ ଚାନ୍ଦିନୀ ବିହୀନ ହୋଇ ପଡିଥିବାବେଳେ ଚାନ୍ଦିନୀ ନିର୍ମାଣ ନିମନ୍ତେ ଦାବି କରି ମାସ ମାସ ସମୟ ପରେ ମଧ୍ୟ ନଳକୂପରେ ଚାନ୍ଦିନୀ ନିର୍ମାଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସମ୍ମୁଖରେ ନଳକୂପ ଗୁଡିକରେ ଚାନ୍ଦିନୀ ନିର୍ମାଣ ଦାବି ନେଇ ସ୍ୱେଚ୍ଛାସେବୀ ଅଶୋକ ନାରାୟଣ ଭୋଇ ଓ ଅମିତ ରଣା ପ୍ରମୁଖ ଅନଶନରେ ବସିଥିଲେ । ଗୋଇମୁଣ୍ଡ ଗ୍ରାମର ଅନେକ ନଳକୂପରେ ବର୍ଷ ବର୍ଷ ଧରି ଚାନ୍ଦିନୀ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂଷିତ ଜଳ ନଳକୂପ ଭିତରକୁ ପ୍ରବେଶ କରି ରୋଗର କାରଣ ସାଜିଛି । ନଳକୂପ ଗୁଡିକରେ ଚାନ୍ଦିନୀ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ପଞ୍ଚାୟତ ପ୍ରଶାସନଠାରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆ ନଯିବାରୁ ଏହି ସ୍ୱେଚ୍ଛାସେବୀମାନେ ଅନଶନରେ ବସି ତୁରନ୍ତ ଚାନ୍ଦିନୀ ନିର୍ମାଣ ପାଇଁ ଦାବି କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ସା ଅନଶନ ସ୍ଥଳକୁ ପହଂଚି ବୁଝାସୁଝା କରିବା ସହ ଗୋଇମୁଣ୍ଡ ଗ୍ରାମର ଚାନ୍ଦିନୀ ନିର୍ମାଣ ଆଜି ଆରମ୍ଭ କରାଯାଇଛି ଏବଂ ପଞ୍ଚାୟତ ର ବିଭିନ୍ନ ଗ୍ରାମର ନଲକୂପ ଗୁଡିକ ର ସମସ୍ୟା ଏବଂ ଚାନ୍ଦିନୀ ନିର୍ମାଣ ୭ ଦିନ ମଧ୍ୟରେ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସ୍ୱଚ୍ଛ ପାନୀୟ ଜଳ ପାଇଁ ନଳକୂପର ଉପଯୁକ୍ତ ବ୍ୟବସ୍ଥା କରିବାକୁ ସ୍ୱେଚ୍ଛାସେବୀଙ୍କ ଅନଶନ !